ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ଏବେ ଥାନେର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୟୁରିନାରୀ ଟ୍ରାକ ଇନେଫେକ୍ସନରେ ସେ ଆକ୍ରାନ୍ତ ହୋଇଛନ୍ତି । ଏବେ ତାଙ୍କ ଶରୀରରେ ଜ୍ୱର ରହିଛି । ତେବେ ତାଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଟିମର ମୂଖ୍ୟ ବିବେକ ତ୍ରିବେଦୀ କହିଛନ୍ତି କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ଆଉ ୨୪ ଘଂଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାମ୍ବଲୀଙ୍କ ଏମଆରଆଇ ପରୀକ୍ଷଣ ଏବେ ଘୁଂଚାଇ ଦେଇଛନ୍ତି । ଜ୍ୱର ରହିଥିବା ଯୋଗୁ ଏହି ନିଷ୍ପତି ନିଆଯାଇଛି ବୋଲି ତ୍ରିବେଦୀ କହିଛନ୍ତି ।
ଯଦି ସେ ଡାକ୍ତରଖାନାରେ ଆସିବାରେ ଆଉ ବିଳମ୍ବ କରିଥାନ୍ତେ ତେବେ ଅସୁବିଧାରେ ପଡି ଯାଇଥାନ୍ତେ । ସଂକ୍ରମିତ ମୂତ୍ରାଶୟରୁ ଅନେକ ବର୍ଜ୍ୟ ପଦାର୍ଥ ବାହାର କରି ଦିଆଯାଇଛି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ ଆଇସିୟୁରେ ବାହାରକୁ ଅଣାଯିବ । ୪ ଦିନ ଜେନେରାଲ ୱାର୍ଡରେ ରହିବା ପରେ ଘରକୁ ପଠାଯିବ ବୋଲି ତ୍ରିବେଦୀ କହିଛନ୍ତି । ମହାରାଷ୍ଟ୍ରର ଉପମୂଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ତାଙ୍କ ପୁତ୍ର ଶ୍ରୀକାନ୍ତ ସିନ୍ଦେ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।