Latest Odisha News

BREAKING NEWS

ଓଡ଼ିଶା ବିଧାନସଭା ଏକଜିଟ ପୋଲ୍: ବିଜେଡ଼ି ୮୫ଟି ଆସନ ପାଇ ପୁଣି ଗଢିବ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ସମାପ୍ତ ହେବାପରେ ଦେଶରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ସର୍ଭେ କରାଯାଇଛି । ଲୋକସଭା ଏକଜିଟ୍ ପୋଲ ଅନୁସାରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରୁଥିବା ବେଳେ ଓଡ଼ିଶାରେ ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ ପୋଲ୍ ଅନୁସାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତର ୫ମ ଥର ଲାଗି ସରକାର ଗଢିବେ ବୋଲି ଜଣାପଡ଼ିଛି ।

ଓଡ଼ିଶା ବିଧାନସଭା ନିର୍ବାଚନରେ ସରକାର ଗଢିବା ଲାଗି ମ୍ୟାଜିକ୍ ନମ୍ବର ୭୪ ଆବଶ୍ୟକ । ଓଡ଼ିଶାର ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା କନକ ଟିଭି ଓ ସମ୍ବାଦ ପକ୍ଷରୁ ଏକ ଏକଜିଟ୍ ପୋଲ୍ ସର୍ଭେ କରାଯାଇଛି । ଏହି ଏକଜିଟ୍ ପୋଲ୍ ଅନୁସାରେ ବିଜୁ ଜନତା ଦଳକୁ ୮୫ଟି ଆସନ ମିଳିବ ବୋଲି ଜଣାପଡ଼ିଛି । ସେହିପରି ବିଜେପିକୁ ୨୬ଟି ଆସନ ଏବଂ କଂଗ୍ରେସକୁ ୧୧ଟି ଆସନ ମିଳିପାରିବ ବୋଲି ଏହି ଏକଜିଟ୍ ପୋଲରେ ଦର୍ଶାଯାଇଛି । ତେବେ ୨୪ଟି ଆସନରେ ଫଳାଫଳ ଅନିଶ୍ଚିତ ରହିଥିବା ଯୋଗୁଁ କେଉଁ ଦଳକୁ ଏହି ଆସନ ଯିବ ତାହା ଜଣାପଡ଼ିନାହିଁ ।

ସେହିପରି ଓଡ଼ିଶାରେ ସମୁଦାୟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୦ଟି ଏବଂ ବିଜେଡ଼ିକୁ ୧୦ଟି ଆସନ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବାର ସମ୍ଭାବନା ରହିଛି ।

ତେବେ କନକ ନ୍ୟୁଜ-ସମ୍ବାଦ ସର୍ଭେ ଅନୁସାରେ ଲୋକସଭା ନିର୍ବାଚନରେ ବିଜେପି ୬ରୁ ୯ଟି, ବିଜେଡ଼ି ୮ରୁ ୧୨ଟି ଆସନ ଅକ୍ତିଆର କରିପାରିବ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବା ଆଦୌ ନ ମିଳିପାରେ ବୋଲି ଜଣାପଡ଼ିଛି ।

ଓଡ଼ିଶାର ଲୋକସଭା ନିର୍ବାଚନ ଲାଗି ଯେଉଁ ୨୧ଟି ଆସନ ଲାଗି ଭୋଟଗ୍ରହଣ ହୋଇଥିଲା ସେଥିଲାଗି ଜାତୀୟ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଏକଜିଟ୍ ପୋଲ୍ ଫଳାଫଳ ଘୋଷଣା କରିଛନ୍ତି ।

ଋିପବ୍ଲିକ ଟିଭି ଅନୁସାରେ ବିଜେଡ଼ିକୁ ୧୧ଟି, ବିଜେପିକୁ ୧୦ଟି ଆସନ ମିଳିବ । ଏନଡ଼ିଟିଭି ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ବିଜେଡ଼ିକୁ ୧୦ଟି, ବିଜେପିକୁ ୧୦ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ । ଟାଇମ୍ସ ନାଓ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ, ବିଜେଡ଼ିକୁ ୮ଟି, ବିଜେପିକୁ ୧୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ । ନ୍ୟୁଜ୍ ୧୮ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ବିଜେଡ଼ିକୁ ୧୨ଟି, ବିଜେପିକୁ ୬ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ ।

ସେହିପରି ଏବିପି ନ୍ୟୁଜ୍ ଅନୁସାରେ ବିଜେଡ଼ିକୁ ୧୨ଟି ଏବଂ ବିଜେପିକୁ ୯ଟି ଆସନ ମିଳିପାରିବ ।

Leave A Reply

Your email address will not be published.