Latest Odisha News

BREAKING NEWS

ମୁଁ ଦେଇଛି ବଲିଉଡ୍‌କୁ ପ୍ରଥମ ଆକ୍ସନ ହିରୋଇନ୍; କଙ୍ଗନା

ମୁମ୍ବାଇ: ପୁଣି ଥରେ କଙ୍ଗନା ଟୁଇଟର୍‌ରେ ଏକ ନୂଆ ଭିଡିଓ ପୋଷ୍ଟ କରି ଜୟା ବଚ୍ଚନଙ୍କ ‘ବଲିଉଡ୍‌ ଥାଳି’ ମନ୍ତବ୍ୟକୁ କଟାକ୍ଷ କରି କଡ଼ା ଜବାବ ଦେଇଛନ୍ତି।

ସେହି ଭିଡିଓରେ ସେ ନିଜ ଟ୍ରେନର୍‌ଙ୍କ ସହିତ ସମରାଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହାକୁ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି ଯଦି ‘ବଲିଉଡ୍‌ ଥାଳି’ ମାତେ ବହୁତ କିଛି ଦେଇଛି, ତେବେ ମୁଁ ମଧ୍ୟ ବଲିଉଡ୍‌କୁ ପ୍ରଥମ ଆକ୍ସନ ହିରୋଇନ୍‌ ଦେଇଛି।

ଚଳଚ୍ଚିତ୍ର ମଣିକର୍ଣ୍ଣିକାରେ ବଲିଉଡ୍‌ ତାର ପ୍ରଥମ ଆକ୍ସନ ହିରୋଇନ୍‌ ପାଇଛି। ସୂଚନାଯୋଗ୍ୟ କଙ୍ଗନା ତାଙ୍କ ଆଗାମୀ ଫିଲ୍ମ ‘ତେଜସ୍‌’ ଓ ‘ଧକଡ’ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେ ଆକ୍ସନ ତାଲିମ୍‌ ମଧ୍ୟ ନେଉଛନ୍ତି।

Comments are closed.