Latest Odisha News

BREAKING NEWS

କଙ୍ଗନାଙ୍କ ଆଗାମୀ ଚଳଚ୍ଚିତ୍ର; ‘ଦ ଇନ୍‌କାର୍‌ନେସନ୍‌ ସୀତା’

ମୁମ୍ବାଇ: କଙ୍ଗନା ରାଣାୱତ ଆଜି ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଘୋଷଣା କରିଛନ୍ତି। ସେ ତାଙ୍କ ଆଗାମୀ ଫିଳ୍ମ ‘ଦ ଇନ୍‌କାର୍‌ନେସନ ସୀତା’ରେ ଅଭିନୟ କରିବେ। କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି।

କଙ୍ଗନାଙ୍କୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍‌ ଥାଲାଇଭିରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଆଜି ଅଭିନେତ୍ରୀ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ – ‘ଦି ଇନ୍‌କାର୍‌ନେସନ ସୀତା’ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅଲୌକିକ ଦେଶାଇ। ଏହାର କାହାଣୀ ସ୍କ୍ରିନ୍ ରାଇଟର୍ କେ.ଭି ବିଜୟେନ୍ଦ୍ର ପ୍ରସାଦ ଲେଖିଛନ୍ତି।

Leave A Reply

Your email address will not be published.