Latest Odisha News

BREAKING NEWS

ସୋନିଆ ଗାନ୍ଧୀଙ୍କୁ କି ପ୍ରଶ୍ନ କଲେ କଙ୍ଗନା?

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରଙ୍କ ଉପରେ ଖପା ଥିବା କଙ୍ଗନା ରାଣାୱତ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ନିକଟରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଥିଲା । ଯାହାପରେ ଶୁକ୍ରବାର ଦିନ ଟ୍ୱିଟ୍ କରି ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି କଙ୍ଗନା । ଉକ୍ତ ଟ୍ୱିଟରେ କଙ୍ଗନା ଉଲ୍ଲେଖ କରିଛନ୍ତି ଯେ ମୋ ସହିତ ହେଉଥିବା ଆଚରଣରେ କ’ଣ ସୋନିଆ ଗାନ୍ଧୀ କିଛି କହିବେ ନାହିଁ”?

ଆହୁରି ମଧ୍ୟ ସେ ଲେଖିଛନ୍ତି “ଆଦରଣୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜି, ମହାରାଷ୍ଟ୍ର ସରକାର ମୋ ସହିତ ଯେଉଁ ବ୍ୟବହାର କରୁଛି, ତାକୁ ନେଇ ଆପଣ କ୍ରେଧାନ୍ୱିତ ନୁହେଁ କି? ଡ. ଆମ୍ବେଦକର କରିଥିବା ସମ୍ବିଧାନର ସିଦ୍ଧାନ୍ତଙ୍କୁ ପାଳନ କରିବା ପାଇଁ ଆପଣ ନିଜ ସରକାରଙ୍କୁ କହିବେନିକି” ।

ସେହିପରି କଙ୍ଗନା ଆଉ ଏକ ଟ୍ୱିଟରେ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେଙ୍କୁ ମନେପକାଇ ଏକ ଭିଡିଓ ଶେୟାର କରିଛନ୍ତି । ଏଥିସହିତ ସେ ଲେଖିଛନ୍ତି ଯେ “ମୋର ଆଦର୍ଶ ମାନଙ୍କ ମଧ୍ୟରୁ ଜଣେ ଥିଲେ ବାଲାସାହେବ ଠାକରେ । ତାଙ୍କର ସବୁଠୁ ବଡ ଡର ଥିଲା ଯେ କେଉଁ ଦିନ ଶିବସେନା ଗଠବନ୍ଧନ କରିନେବ ଆଉ କଂଗ୍ରେସ ବନିଯିବ” । ମୁଁ ଖାଲି ଜାଣିବାକୁ ଚାହୁଁଛି ଯେ ସେ ଆଜି ନିଜ ଦଳକୁ ଦେଖିଲେ କ’ଣ ଭାବିବେ ।

Leave A Reply

Your email address will not be published.