Latest Odisha News

ବଲିଉଡ ରଚିଛି ଷଡଯନ୍ତ୍ର, କାହିଁକି ଏମିତି କହିଲେ କଙ୍ଗନା……

ମୁମ୍ବାଇ: ମଣ୍ଡି ସାଂସଦ ତଥା ବଲିଉଡ କୁଇନ କଙ୍ଗନା ରାଣାଓ୍ବତ ଖୁବଶୀଘ୍ର ତାଙ୍କର ନୂଆ ସିନେମା ‘ଏମରଜେନ୍ସି’ରେ ନଜର ଆସିବାକୁ ଯାଉଛନ୍ତି । ସାଂସଦ ହେବା ପରେ ଏହା ତାଙ୍କ ପ୍ରଥମ ସିନେମା ଯାହା ସେପ୍ଟେମ୍ବର ୬ରେ ପରଦାରେ ଆସିବାକୁ ଯାଉଛି । ଏହି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଯାହାର ପ୍ରମୋସନ ପାଇଁ ଏବେ ପୂରା ବ୍ୟସ୍ତ କଙ୍ଗନା । ତେବେ ଏହାରି ପ୍ରମୋସନ ଭିତରେ ହିଁ କଙ୍ଗନା ବଲିଉଡକୁ ନେଇ ଏକ ବଡ ବୟାନ ଦେଇଛନ୍ତି । କିପରି ବଲିଉଡ ତାଙ୍କୁ ବୟକଟ କରିଛି ।

ଏନେଇ ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରିର ଲୋକମାନେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚିଛନ୍ତି । କାଷ୍ଟିଙ୍ଗ ଡାଇରେକ୍ଟରଙ୍କ ଠାରୁ ଆରମ୍ଭ କରି ସିନେମାଟୋଗ୍ରାଫର ଏବଂ ଡିଓପି ସବୁ ତାଙ୍କ ସାଙ୍ଗରେ କାମ କରିବା ପାଇଁ ମନାକରିଦେଇଛନ୍ତି  । ଅଭିନେତାଙ୍କୁ ବି କୁହାଯାଇଛି କି ତାଙ୍କ ସହ କାମ ନକରିବାକୁ । କଙ୍ଗନା ଏହା ବି କହିଛନ୍ତି ଯେ କିପରି ଇଣ୍ଡଷ୍ଟ୍ରିର ଲୋକ ପରସ୍ପରକୁ ଫୋନ କରି କହିଛନ୍ତି କି କଙ୍ଗନାଙ୍କ ସହ କାମ ନକରିବାକୁ । ମୋ ବିରୁଦ୍ଧରେ ଅନେକ ଷଡଯନ୍ତ୍ର ରଚାଯାଇଚି ବୋଲି କହିଛନ୍ତି କଙ୍ଗନା ।

ଏଥିସହିତ କଙ୍ଗନା ଏହା ବି କହିଛନ୍ତି ଯେ, ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି ଯେ, ମୋତେ ଅନୁପମ ଖେର୍, ଶ୍ରେୟସ ତଲପଡେ, ସତୀଶ କୌଶିକ ଏବଂ ମହିମା ଚୌଧୁରୀଙ୍କ ଭଳି ଷ୍ଟାରଙ୍କ ସହ କାମ କରିବାକୁ ମିଳିଛି । ସେଭଳି ସମୟରେ ଏମାନେ ହିଁ ମୋ ସାଙ୍ଗରେ କାମ କରିଥିଲେ । ସେ ଅନୁଭୂତି ନିଆରା ବୋଲି କହିଛନ୍ତି କଙ୍ଗନା । ଯେତେବେଳେ ଲୋକଙ୍କୁ ଜଣାଥାଏ ଯେ ଆପଣଙ୍କ ସମୟ ଭଲ ନାହିଁ, ତଥାପି ସେମାନେ ଆଗକୁ ଆସି ତୁମ ସହ କାମ କରନ୍ତି । ‘ଏମରଜେନ୍ସିର’ କାଷ୍ଟ କେବଳ ମୋ ସହ କାମ କରିନାହାନ୍ତି, ସେମାନେ ମୋତେ ସମ୍ମାନ ବି ଦେଇଛନ୍ତି ଆଉ ଭଲ ପାଇବା ବି ଦେଇଛନ୍ତି ବୋଲି କଙ୍ଗନା କହିଛନ୍ତି ।

ସେହିପରି କଙ୍ଗନାଙ୍କୁ ଯେତେବେଳେ ପଚରାଯାଇଥିଲା କି ବଲିଉଡ ତାଙ୍କୁ ଭୁଲ୍ ବୁଝୁଛି କି?, ସେଥିରେ କଙ୍ଗନା କହିଥିଲେ, ମୁଁ ମୋର ପ୍ରଶଂସକଙ୍କ ଭଲ ପାଇବା ଉପରେ ଫୋକସ କରେ । ତାଙ୍କର ଯାହା ବି ଭଲ ଫିଡବ୍ୟାକ ଆସେ, ତାହା ହିଁ ମୋ ଜୀବନରେ ମହତ୍ତ୍ବପୂର୍ଣ୍ଣ । ସେମାନଙ୍କ ଭଲ ପାଇବା ଓ ସହଯୋଗ ହିଁ ତାଙ୍କୁ ଏଠି ପହଞ୍ଚାଇଛି । ନହେଲେ ତ ସମାଲୋଚକମାନେ ତାଙ୍କୁ ଇଣ୍ଡଷ୍ଟ୍ରି ବାହାରର ରାସ୍ତା ଦେଖାଇ ଦେଇଥିଲେ ବୋଲି କହିଛନ୍ତି କଙ୍ଗନା ।

ଖାଲି ସେତିକି ନୁହେଁ କଙ୍ଗନା କହିଛନ୍ତି, ପୂରା ବଲିଉଡ ଖରାପ ନୁହେଁ । ଏଥିରେ ୯୦ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ତୁମକୁ ତୁମର କାମ ପାଇଁ ଭଲ ପାଆନ୍ତି । ଆଉ ୧୦ ପ୍ରତିଶତ ଲୋକ ସବୁ ବେଳେ ତାଙ୍କ ମନମାନି କରନ୍ତି । ସେମାନେ ତାଙ୍କର ଗୋଟେ ସର୍କଲ ତିଆରି କରିଦେଇଛନ୍ତି । ସେମାନେ ଚାହାନ୍ତି ସେମାନଙ୍କ(ପରିବାରବାଦ) ଲୋକ ହିଁ ସେହି ଜାଗାରେ ରହିବା ଦରକାର । ଇଣ୍ଡଷ୍ଟ୍ରି ବାହାରର ଲୋକ କ’ଣ ପାଇଁ ସେ ସ୍ଥାନରେ ରହିବେ ।

Comments are closed.