Latest Odisha News

‘ଦେଶର ପିତା ନୁହଁନ୍ତି, ବରଂ ଦେଶର ପୁଅ ଅଟନ୍ତି’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବୟାନବାଜୀ ପାଇଁ ଅନେକ ସମୟରେ ବିବାଦରେ ରହିଥାନ୍ତି । ମଣ୍ଡି ଲୋକସଭା ଆସନରୁ ସାଂସଦ କଙ୍ଗନା ରାଣାୱତ ବିନା ଦ୍ୱିଧାରେ ନିଜର ମତ ରଖିଥାନ୍ତି । କିନ୍ତୁ ତାଙ୍କର ଏହି କଥା ପାଇଁ କଙ୍ଗନାଙ୍କୁ ଅନେକ ଥର ଟ୍ରୋଲ କରାଯାଇଛି ।

ବର୍ତ୍ତମାନ କଙ୍ଗନା ଆଜି ଅକ୍ଟୋବର ୨ ଅବସରରେ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ।

ଏହି ପୋଷ୍ଟରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି । କଙ୍ଗନା ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋ ସହିତ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିଛନ୍ତି, ‘ଦେଶର ପିତା ନୁହଁନ୍ତି, ବରଂ ଦେଶର ପୁଅ ଅଟନ୍ତି।’ ଏହା ସହିତ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କୁ ଏକ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ।

Leave A Reply

Your email address will not be published.