ମୁମ୍ବାଇ: ଏକ ରାମ୍ପ ଶୋ ରେ ଚମକିଲେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ତଥା ନେତ୍ରୀ କଙ୍ଗନା ରାଣାୱତ । ଦୁଲହନ ଭଳି ସଜେଇ ହୋଇଥିଲେ କଙ୍ଗନା । ରାହୁଲ୍ ଙ୍କ ନୂଆ ବ୍ରାଇଡଲ ଅଳଙ୍କାର ସହ ସେ ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯାଉଥିଲେ ।
ଏହି କାର୍ଯ୍ୟକ୍ରମରେ କଙ୍ଗନା ଏକ ସୁନା କାରୁକାର୍ଯ୍ୟ ସହିତ ଆଇବରୀ ଶାଢି ଓ ବ୍ଲାଉଜ୍ ପିନ୍ଧିଥିଲେ । ସେ ତାଙ୍କ ପୋଷାକକୁ ଏମରାଲ୍ଡ ଏବଂ ସୁନା ଅଳଙ୍କାର ସଜେଇଥିଲେ । ସେ ଏକ ଫୁଲରେ ସଜ୍ଜିତ ବନ ଏବଂ ପାରମ୍ପରିକ ଆସେସୋରିଜ୍ ସହିତ ତାଙ୍କର ଲୁକ୍ ଫିନିସିଂ ଦେଇଥିଲେ । ରାବତା ବାଏ ରାହୁଲଙ୍କ ପୋଷ୍ଟରେ, କଙ୍ଗନାଙ୍କୁ ତାଙ୍କର “ମ୍ୟୁଜ୍” ଭାବରେ ବର୍ଣ୍ଣନା କରାଯାଇଥିଲା ।
ରାମ୍ପରେ ଚାଲିବା ପରେ ରଙ୍ଗନା ଏକ ଗଣ ମାଧ୍ୟମକୁ କହିଥିଲ ଯେ, ମୋର ନିଜ ସାଙ୍ଗ ଏବଂ ସବୁ ଯୁବପିଢୀ ମାନଙ୍କୁ ମୋର ଅନୁରୋଧ ଏବେ ଆମେ ସମସ୍ତେ ଆତ୍ମ ନିର୍ଭରଶୀଳ ଭାରତ ଆଡକୁ ଆମେ ବଢ଼ିବା ଉଚିତ । ଏହା ସହ ଆମେ ଆମ ଲୋକଙ୍କୁ ଆମ ସଂସୃତିକୁ କିପରି ଆଗକୁ ବଢିବାକୁ ଦେବା ପାଇଁ ଚେଷ୍ଟା କରିବା । ଗତକାଲି ମୁଁ ଖଦିର ଶାଢୀ ପିନ୍ଧିବାକୁ ଚେଷ୍ଟା କଲି । ଆପଣମାନେ ମଧ୍ୟ ଖଦି ଶାଢୀ ପିନ୍ଧିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି କଙ୍ଗନା ।
ଏହି ଶାଢୀ ୧୫୦୦ ଟଙ୍କାର ଥିଲା । ଆଉ ଏହି ଶାଢୀ ପିନ୍ଧି ମୁଁ ବହୁତ ଖୁସି ହେବା ସହ ଭଲ ଅନୁଭବ କରିଥିଲି । ଏହି କପଡା ଜୌବିକ ପରିବେଶ ସହ ଅନୁକୂଳ । ଜେନେରେସନ ଜି ପର୍ଯାବରଣଙ୍କ ପାଇଁ ବହୁତ ଦରକାରୀ ଅଟନ୍ତି । ମୁଁ ତାଙ୍କୁ ଅନୁରୋଧ କରୁଛି କି ସେ ନିଜ ଘରୋଇ ସଂସ୍ଥାକୁ ଆଗକୁ ବଢାଇବାକୁ ଚେଷ୍ଟା କରିବେ ବୋଲି କଙ୍ଗନା କହିଥିଲେ ।
Comments are closed.