Latest Odisha News

BREAKING NEWS

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେବା ପରେ କଙ୍ଗନା କ’ଣ ରଖିଲେ ପ୍ରତିକ୍ରିୟା, ଜାଣନ୍ତୁ

ନୂଆଦିଲ୍ଲୀ:ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦେଶର ୪ର୍ଥ ସର୍ବଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଅଭିନୟରେ ନିଜର ସର୍ବୋଚ୍ଚ ପ୍ରତିପାଦନ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ବିଭୂଷିତ କରାଯିବ ।

୭୧ ତମ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିଲେ। ମୋଟ ୧୪୧ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ନେଇ ଘୋଷଣା କରାଯାଇଥିଲା।

ଏହି ସମ୍ମାନରେ ସମ୍ମାନିତା ହେବାପାଇଁ ମନୋନୀତ ହେବା ପରେ ନିଜ ପ୍ରତିକ୍ରିୟାରେ କଙ୍ଗନା କହିଛନ୍ତି ଯେ, “ଏତେ ବଡ଼ ସମ୍ମାନରେ ସମ୍ମାନିତ କରିବା ପାଇଁ ମତେ ଚୟନ କରିଥିବାରୁ ମୁଁ ବହୁତ ଖୁସି। ଏହି ସମ୍ମାନ ପାଇଁ ମୁଁ ମୋର ସାରା ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁ ମହିଳାମା‌ନେ ସ୍ବପ୍ନ ଦେଖିବାର ସାହାସ ରଖିଛନ୍ତି, ଏହି ସମ୍ମାନ ମୁଁ ସେମାନଙ୍କୁ ସମର୍ପିତ କରିବାକୁ ଚାହୁଁଛି” ।

Comments are closed.