Latest Odisha News

‘ତନୁ ୱେଡ୍ସ ମନୁ- ୩’ରେ ତ୍ରିପଲ୍ ରୋଲରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ପୁଣିଥରେ ଆସିବାକୁ ଯାଉଛି ‘ତନୁ ୱେଡ୍ସ ମନୁ- ୩’। ୨୦୧୧ ମସିହାରେ ନିର୍ଦ୍ଦେଶକ ଆନନ୍ଦ ଏଲ ରୟଙ୍କ ତନୁ ୱେଡ୍ସ ମନୁ ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ କଙ୍ଗନା ରାନାୱତ ଏବଂ ଆର ମାଧବନଙ୍କୁ ଦେଖିବାକୁ ମିଳିଥିଲା। ଏହି ଯୋଡି ବକ୍ସ ଅଫିସରେ ଏକ ଧମାକା କରିଥିଲେ। ​

ଏହାର ଚାରି ବର୍ଷ ପରେ ଉଭୟଙ୍କୁ ପୁଣି ପରଦାରେ ଏକାଠି କରାଗଲା ଚଳଚ୍ଚିତ୍ରର ସିକ୍ୱେଲ ମାଧ୍ୟମରେ। ଏହା ମଧ୍ୟ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା।

ତେବେ ‘ତନୁ ୱେଡ୍ସ ମନୁ- ୩’ ଫିଲ୍ମର ସ୍କ୍ରିପ୍ଟ ସମାପ୍ତ ହୋଇଛି, ଫିଲ୍ମର ସୁଟିଂ ୨୦୨୫ ମସିହାର ମଧ୍ୟଭାଗରୁ ଆରମ୍ଭ ହେବ। କଙ୍ଗନା ରାନାୱତ ଏଥିରେ ତ୍ରିପଲ୍ ରୋଲ୍ କରିବାକୁ ଯାଉଛନ୍ତି। ତାଙ୍କ ଅପୋଜିଟରେ ସ୍କ୍ରିନ ଶେୟାର କରିବେ ଆର ମାଧବନ।

କଙ୍ଗନା ଏଥିପାଇଁ ବହୁତ ଉତ୍ସାହିତ। କାରଣ ଏହା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ହେବ ଯେଉଁଥିରେ ସେ ତ୍ରିପଲ୍ ରୋଲରେ ନଜର ଆସିବେ। ପୂର୍ବରୁ ‘ତନୁ ୱେଡସ୍ ମନୁ ରିଟର୍ନସ୍’ରେ କଙ୍ଗନା ଡବଲ୍ ରୋଲରେ ନଜର ଆସିଥିଲେ।

‘ତନୁ ୱେଡସ୍ ମନୁ ୩’ ୨୦୨୬ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଚର୍ଚ୍ଚା ହେଉଛି।

 

Leave A Reply

Your email address will not be published.