ମୁମ୍ବାଇ: କୁଇନ କଙ୍ଗନା ରାନାୱତ ଅଭିନୀତ ଏର୍ମଜେନ୍ସିର ଆଜି ଟିଜର ଜାରୀ କରାଯାଇଛି । ଫିଲ୍ମ ଚଳିତ ବର୍ଷ ନଭେମ୍ବର ୨୪ରେ ରିଲିଜ ହେବ ବୋଲି ଏହି ଅବସରରେ ଘୋଷଣା କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକରେ କଙ୍ଗନା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । କଙ୍ଗନା ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଇନ୍ଦିରାଙ୍କ ଭୂମିକାକୁ ଜୀବନ୍ତ କରିବା ପାଇଁ ସେ କଠିନ ପରିଶ୍ରମ କରିଥିବା ଜଣାପଡିଛି । ଏର୍ମଜେନ୍ସି ଆମ ଇତିହାସର ସବୁଠାରୁ ମହତ୍ୱପୂର୍ଣ୍ଣ ଓ ଅନ୍ଧକାର ବିଷୟ । ଆଜିର ଯୁବ ପିଢ଼ୀ ଏ ସମ୍ପର୍କରେ ଜାଣିବା ଉଚିତ ବୋଲି ସେ କହିଛନ୍ତି ।
ସ୍ୱର୍ଗତଃ ସତୀଶ କୌଶିକ, ଅନୁପମ ଖେର, ଶ୍ରେୟାଶ, ମହିମା ଓ ମିଲିନ୍ଦଙ୍କ ସହଯୋଗ ଏବଂ ଅଭିନୟ ପାଇଁ ମୁଁ ଚିର ଋଣୀ ବୋଲି କଙ୍ଗନା କହିଛନ୍ତି । କଙ୍ଗନା ଏକାକୀ ନିର୍ମାତା, ନିର୍ଦ୍ଦେଶକ, କାହାଣୀ ଏବଂ ଅଭିନୟ ଦାୟିତ୍ୱ ତୁଲାଇଛନ୍ତି । ଇଣ୍ଡିଆ ଇଜ ଇନ୍ଦିରା ଓ ଇନ୍ଦିରା ଇଜ ଇଣ୍ଡିଆ ଡାଇଲଗ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । ସୂଚନାଯୋଗ୍ୟ, ୨୫ ଜୁନ ୧୯୭୫ରେ ସେ ସମୟର ପ୍ରଧାନମନ୍ତ୍ରୀ ଦେଶରେ ଏର୍ମଜେନ୍ସି ଲାଗୁ କରିଥିଲେ । ଏହା ଉପରେ ଫିଲ୍ମ ଆଧାରିତ ।
Comments are closed.