ମୁମ୍ବାଇ: ବହୁ ବାଧାବିଘ୍ନ ପରେ ପରିଶେଷରେ କଙ୍ଗନା ରାଣାୱତଙ୍କ ‘ଏମର୍ଜେନ୍ସି’ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ରିଲିଜ୍ ପୂର୍ବରୁ ପୁଣି ଥରେ ଫିଲ୍ମକୁ ଝଟକା ଲାଗିଛି।
ପଡ଼ୋଶୀ ଦେଶ ବାଂଲାଦେଶରେ ଏହି ଫିଲ୍ମର ରିଲିଜକୁ ବିରୋଧ କରାଯିବା ସହ ବ୍ୟାନ ମଧ୍ଯ କରାଯାଇଛି। ରିପୋର୍ଟ ଅନୁସାରେ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଜାରି ଉତ୍ତେଜନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚଳଚ୍ଚିତ୍ରଟିରେ ଥିବା ପଲିଟିକାଲ ଡାଏନୋମିକ୍ସ ଯୋଗୁଁ ପ୍ରତିବନ୍ଧକ ଲଗାଯାଇଛି।
ତେବେ ‘ଏମର୍ଜେନ୍ସି’ ୧୪ ଜୁନ୍ ୨୦୨୪ରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ ଲୋକସଭା ନିର୍ବାଚନ ଯୋଗୁଁ ଏହା ମୁକ୍ତିଲାଭ କରିପାରିଲା ନାହିଁ। ଏପରିକି ରିଲିଜ ଡେଟ୍ ସେପ୍ଟେମ୍ବର ୬କୁ ଘୁଞ୍ଚାଇ ଦିଆଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ସେନ୍ସର ବୋର୍ଡ ସାର୍ଟିଫିକେଟ ଦେବାକୁ ମନା କରିଦେଇଥିଲା। ଫଳରେ କଙ୍ଗନା ହାଇକୋର୍ଟକୁ ଯାଇଥିଲେ, ପରିଶେଷରେ ସେନ୍ସର ବୋର୍ଡ ଦ୍ୱାରା ଫିଲ୍ମରେ କିଛି ପରିବର୍ତ୍ତନ ପରେ ସାର୍ଟିଫିକେଟ ମିଳିଥିଲା। ପରେ କଙ୍ଗନା ଜାନୁଆରୀ ୧୭ରେ ଚଳଚ୍ଚିତ୍ରର ମୁକ୍ତିଲାଭ ନେଇ ଘୋଷଣା କରିଥିଲେ।