Latest Odisha News

BREAKING NEWS

ସେପ୍ଟେମ୍ବରରେ ସିନେମା ହଲରେ ଆସିବାକୁ ଯାଉଛି ‘ଏମରଜେନ୍ସି’

ମୁମ୍ବାଇ: କଳା ଦିବସରେ କଙ୍ଗନାଙ୍କ ଘୋଷଣା । ଶୀଘ୍ର ପରଦାକୁ ଆସିବାକୁ ଯାଉଛି କଳା ଦିବସ ଉପରେ ଆଧାରିତ ବଲିଉଡ କୁଇନଙ୍କ ଚର୍ଚ୍ଚିତ ଚଳଚିତ୍ର ‘ଏମରଜେନ୍ସି’  । ପରଦାକୁ ଆସିବାକୁ ସମସ୍ତ ପ୍ରସ୍ତୁତି ସରିଥିବା ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟର ଜାରି କଲେ କୁଇନ୍ କଙ୍ଗନା ରାଣାଓ୍ବତ ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନୀ ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ର ‘ଏମରଜେନ୍ସି ’ । ଯାହାକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ମଣ୍ଡି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ । ଯାହାର ଟ୍ରେଲର ରିଲିଜ୍ ହେବା ପରେ ଖୁବ୍ ଭଲପାଇବା ସାଉଁଟିଥିଲା ଏମର୍ଜେନ୍ସିର ଏହି ଛୋଟ ଝଲକ । ଯାହାପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମଟିର ରିଲିଜ୍ ନେଇ ଉତ୍କଣ୍ଠା ଭରିରହିଥିଲା । ତେବେ କଙ୍ଗନାଙ୍କ ଏହି ଆଗାମୀ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ସେପ୍ଟେମ୍ନର ୬ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଯାହାର ଏକ ନୂଆ ପୋଷ୍ଟର ଜାରି କରି ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି କଙ୍ଗନା ।

ଯେଉଁଥିରେ ସେ ଲେଖିଛନ୍ତି, ୫୦ ତମ ବର୍ଷରେ ସ୍ବାଧୀନ ଭାରତର ଅନ୍ଧକାର ଅଧ୍ୟାୟ, ଆଗାମୀ ସେପ୍ଟେମ୍ବର ୬ରେ ରିଲିଜ୍ ହେବାକୁ ଯାଉଛି । ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଅଧ୍ୟାୟର ଏହା ହେଉଛି ଏକ ବିସ୍ଫୋରକ କାହାଣୀ ।

ତେବେ ପୂର୍ବରୁ ମଧ୍ୟ ଏହା ଜୁନ୍ ୧୪ରେ ରିଲିଜ୍ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ହେଲେ ନିର୍ବାଚନରେ କଙ୍ଗନାଙ୍କ ବ୍ୟସ୍ତତା ଯୋଗୁଁ ଏହାକୁ ଆଗାମୀ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା  । ଏବେ  ହିମାଚଳ ପ୍ରଦେଶ ମଣ୍ଡିରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହେବା ପରେ ତାଙ୍କର ବହୁ ପ୍ରତୀକ୍ଷିତ ରାଜନୈତିକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

କଙ୍ଗନାଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ପ୍ରଜୋଜିତ  ଫିଲ୍ମ ‘ଏମରଜେନ୍ସି’ ଭାରତର ଗଣତନ୍ତ୍ର ଇତିହାର ଏକ ବିବାଦୀୟ ଅଧ୍ୟାୟ । ଯାହା ଚର୍ଚ୍ଚିତ ରାଜନୈତିକ ନେତ୍ରୀ ତଥା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନର କିଛି ପୃଷ୍ଠା ଉପରେ ଆଧାରିତ । ଯେଉଁଥିରେ କଙ୍ଗନା, ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ।

ଜି ଷ୍ଟୁଡିଓ ଓ ମଣିକର୍ଣ୍ଣିକା ଫିଲ୍ମ ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମରେ ଅନୁପମ ଖେର, ମହିମା ଚୌଧୁରୀ, ମିଲିନ୍ଦ ସୋମନ୍, ଶ୍ରେୟସ୍ ତାଲପଡେ, ବିଶାକ ନାୟାର ଏବଂ ସ୍ୱର୍ଗତ ସତୀଶ କୌଶିକ ଇତ୍ୟାଦି ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ତେବେ ଏହା ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି |

ତେବେ କହିରଖୁଛୁ, ଆଜିର ଦିନରେ ହିଁ ସାରା ଦେଶରେ ଲାଗୁ ହୋଇଥିଲା ଜରୁରୀ କାଳୀନ ପରିସ୍ଥିତି ବା ଏମରଜେନ୍ସି । ଯାହାକୁ ନେଇ କଙ୍ଗନାଙ୍କ ଦ୍ବାରା ଅଭିନୀତ ଏହି ଫିଲ୍ମ ‘ଏମରଜେନ୍ସି’ । ୧୯୭୫ ମସିହାର ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ୍ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଯେଉଁଥିରେ ରାତାରାତି ଲୋକଙ୍କ ସମ୍ବିଧାନ ଅଧିକାର ଉପରେ ଅଙ୍କୁଶ ଲଗାଯାଇଥିଲା । ଆଜି ସେହି କଳାଦିନକୁ ୫୦ ବର୍ଷ ପୂରିଛି । ଯାହାକୁ ବିଜେପି କଳା ଦିବସ ରୂପେ ମଧ୍ୟ ପାଳନ କରୁଛି ।

 

Comments are closed.