Latest Odisha News

BREAKING NEWS

କଙ୍ଗନାଙ୍କ ଇଚ୍ଛା ନୂଆବର୍ଷରେ ପୁରୀ ଆସିବେ, ଜଗାକୁ ଦର୍ଶନ କରିବେ

ମୁମ୍ବାଇ: ୯ ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଜଗା ଦୁଆର । ମହାବାହୁଙ୍କୁ ପୁଣି ଥରେ ରତ୍ନ ସିଂହାସନରେ ଚର୍ମଚକ୍ଷୁରେ ଦେଖିଛନ୍ତି ଭକ୍ତ । ଏହି ଅବସରରେ ଆଜି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଟ୍ୱିଟ୍ କରିଛନ୍ତି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି କହିଛନ୍ତି । ଆସନ୍ତାବର୍ଷ ଜଗନ୍ନାଥ ଧାମ ଓ କେଦାରନାଥ ଯିବାକୁ ମନ ବଳାଇଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ନିଜ ଆଗାମୀ ବର୍ଷର ଇଚ୍ଛାକୁ ସେୟାର କରିଛନ୍ତି କଙ୍ଗନା ।

ଏବେ କଙ୍ଗନା ମନାଲିରେ ଅଛନ୍ତି । ନିଜ ପରିବାର ସହ ଛୁଟି କାଟୁଛନ୍ତି । କଙ୍ଗନା ଲେଖିଛନ୍ତି, ମାଆଙ୍କ ସହ କିଛି ବର୍ଷ ତଳେ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିଥିଲେ । ଏହାରି ଭିତରେ ସେ ସପ୍ତ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଛନ୍ତି । ଆଗାମୀ ବର୍ଷ କେଦରନାଥ ଆସି ଅଷ୍ଟମ ଜ୍ୟୋର୍ତିଲିଙ୍ଗ ଦର୍ଶ କରିବେ ବୋଲି କହିଛନ୍ତି କଙ୍ଗନା ରଣାଓ୍ୱତ ।

Leave A Reply

Your email address will not be published.