Latest Odisha News

ଟୁଇଟରକୁ ଫେରିଲେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ଟୁଇଟରକୁ ଫେରିଛନ୍ତି । ବିବାଦୀୟ ବୟାନ ଯୋଗୁ କଙ୍ଗନାଙ୍କ ଆକାଂଉଟକୁ ୨୦୨୧ରେ ବ୍ୟାନ କରାଯାଇଥିଲଶ । ପ୍ରାୟ ୨ ବର୍ଷ ପରେ ସେ ଏହି ଲୋକପ୍ରିୟ ପ୍ଲାଟଫର୍ମକୁ ଫେରିଛନ୍ତି । କଙ୍ଗନା ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଅବସରରେ ସେ ତାଙ୍କ ଚର୍ଚ୍ଚିତ ଓ ବହୁ ପ୍ରତିକ୍ଷୀତ ଫିଲ୍ମ ଏର୍ମଜେନ୍ସିକୁ ନେଇ ବଡ ଘୋଷଣା କରିଛନ୍ତି । ଫିଲ୍ମର ଶୁଟିଂ ଶେଷ ହୋଇଛି ଏବଂ ଚଳିତ ବର୍ଷ ଅକ୍ଟୋବର ୨୦ରେ ଏହା ରିଲିଜ ହେବ ବୋଲିତ ସୂଚନା ଦେଇଛନ୍ତି । ଟୁଇଟରକୁ ଫେରିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ବେଶ ଖୁସି ଅଛି ବୋଲି ଏହି ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀଜଣଙ୍କ କହିଛନ୍ତି ।

ସୂଚନାଯୋଗ୍ୟ, କଙ୍ଗନା ଏର୍ମଜେନ୍ସି ଫିଲ୍ମରେ ତାଙ୍କର ସବୁ କିଛି ବନ୍ଧା ପକାଇ ଦେଇଛନ୍ତି ବୋଲି କହିଥିଲେ । ଧାକଡ ଫିଲ୍ମ ଫ୍ଲପ ହେବା ପରେ ସେ ଏବେ ଏର୍ମଜେନ୍ସିର ସଫଳତା ନେଇ ଆଶାୟୀ ଅଛନ୍ତି । କଙ୍ଗନା ଏବେ ତେଜସ, ଦି ଲିଜେଣ୍ଡ ଅଫ ଦିଦା, ଚନ୍ଦ୍ରମୂଖୀ ୨ ଏବଂ ନୋଟି ବିନୋଦିନୀଙ୍କ ବାୟୋପିକରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.