Latest Odisha News

BREAKING NEWS

ତାଣ୍ଡବ ବିରୋଧରେ ବିବାଦୀୟ ମନ୍ତବ୍ୟ ଯୋଗୁ କଙ୍ଗନାଙ୍କ ଟ୍ୱିଟର ଆକାଂଉଟ ଅସ୍ଥାୟୀ ରୂପେ ବନ୍ଦ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଂଉଟକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । ତାଣ୍ଡବ ୱେବ ସିରିଜ ନେଇ କଙ୍ଗନା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆକାଂଉଟ ବନ୍ଦ ହେବା ପରେ କଙ୍ଗନା ତୀବ୍ର ପ୍ରତ୍ରକ୍ରିିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଲିବେରାଲ ସେମାନଙ୍କ ଚାଚା ଜ୍ୟାକଙ୍କ ପାଖକୁ ଯାଇ କାନ୍ଦିଲେ ଏବଂ ସେମାନେ ମୋ ଆକାଂଉଟ ଅସ୍ଥାୟୀ ରୂପେ ବନ୍ଦ କଲେ ।

ସେମାନଙ୍କ ଧମକ, ବିବାଦୀୟ ମନ୍ତବ୍ୟ କାହା ଆଖିକୁ ଦେଖାଯାଉ ନାହିଁ । ହ୍ରିତିକ ରୋଶନ ଏବଂ ସୁଶାନ୍ତ ସିଂ ରାଜପୁତ୍ କେସ୍ ପରେ କଙ୍ଗନାଙ୍କ ପଛରେ ଅଧା ବଲିଉଡ ପଡିଯାଇଛନ୍ତି । ମୁଁ ଦେଶଭକ୍ତିର ତଡକା ଲଗାଇ ଫିଲ୍ମ କରିବି ଏବଂ ତୁମମାନଙ୍କୁ କଲବଲ କରିବି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.