Latest Odisha News

BREAKING NEWS

କଂଗ୍ରେସଠୁ ଦୂରେଇଗଲେ କହ୍ନେୟା ? ଦିଲ୍ଲୀ ନିର୍ବାଚନରେ ମିଳୁନି ଦେଖା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଏଥର ଯେତେ ରୋଚକ ହେଉଛି ସେତିକି କୌତୁହଳ ମଧ୍ୟ କରାଉଛି। ଗୋଟିଏ ସମୟରେ ଏକାଠି ନିର୍ବାଚନ ଲଢ଼ୁଥିବା ଆପ୍ ଓ କଂଗ୍ରେସ ଏ ନିର୍ବାଚନରେ କିନ୍ତୁ ମୁହାଁମୁହିଁ ହେଉଛନ୍ତି। ସେହିଭଳି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରୁଛନ୍ତି କେଜ୍ରିୱାଲ ହେଲେ ଜବାବ ଦେଉଛି ବିଜେପି। ଏପ୍ରକାର ସ୍ଥିତିରେ ଦିଲ୍ଲୀ ରାଜନୀତି ସମସ୍ତଙ୍କ ମନରେ କୌତୁହଳ ଭରିଛି। ଆଉ ଏଭଳି ସ୍ଥିତିରେ ଦିଲ୍ଲୀ ରାଜନୀତିରେ ଆଉ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କିରଛି।  ଲୋକସଭା ନିର୍ବାଚନରେ ଦିଲ୍ଲୀ କଂଗ୍ରେସର ବଡ଼ ଚେହେରା ଥିବା କହ୍ନେୟା କୁମାରଙ୍କୁ ନେଇ। ସେ ଏବେ କେଉଁଠି ଅଛନ୍ତି ? ଏତେ ବଡ଼ ନିର୍ବାଚନୀ ଉତ୍ସବରେ କାହିଁକି ତାଙ୍କ ଦେଖା ନାହିଁ ? କହିବାକୁ ଗଲେ ସେ ଏକ ପ୍ରକାର ନିଖୋଜ ହୋଇଯାଇଛନ୍ତି। ଯେତେବେକି ରାହୁଲ ଗାନ୍ଧୀ ନିଜେ ନିର୍ବାଚନୀ ପ୍ରଚାରରେ ଆପ୍ ଓ ବିଜେପିକୁ ସାମ୍ନା କରୁଛନ୍ତି ସେତେବେଳେ କିନ୍ତୁ କହ୍ନେୟା କୁମାରଙ୍କ ଦେଖାନାହିଁ। ସମସ୍ତେ ଜାଣନ୍ତି କହ୍ନେୟା କେଜ୍ରିୱାଲଙ୍କ ଖୁବ ପସନ୍ଦର ନେତା। ଏଥିପାଇଁ କେଜ୍ରିୱାଲ  ଲୋକସଭା ନିର୍ବାଚନରେ କହ୍ନେୟା କୁମାରଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ସେହିଭଳି ସେତେବେଳେ କହ୍ନେୟା ମଧ୍ୟ କେଜ୍ରିୱାଲଙ୍କୁ ପ୍ରଶଂସା କରିଥିଲେ। କୁହାଯାଉଛି କହ୍ନେୟା କେଜ୍ରିୱାଲଙ୍କ ବିରୋଧରେ କୁଆଡ଼େ ପ୍ରଚାର କରିବାକୁ ଅମଙ୍ଗ ଅଛନ୍ତି। କେବଳ ସେତିକି ନୁହେଁ ଦିଲ୍ଲୀ କଂଗ୍ରେସର ନେତୃତ୍ୱଙ୍କ ସହ ମଧ୍ୟ ତାଙ୍କର ବୁଝାମଣା ଠିକ ହେଉନି ବୋଲି ଜଣା ପଡ଼ିଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ଖୁବ ସମ୍ମାନର ବିଷୟ ହୋଇଛି। ଦଳ କେବଳ ଯେ ବିଜେପି ଓ ଆପ୍ ସହ ଲଢୁଛି ତାହା ନୁହେଁ, ଇଣ୍ଡିଆ ମେଣ୍ଟରେ ମଧ୍ୟ ସଂଘର୍ଷ କରୁଛି। ଇଣ୍ଡିଆ ମେଣ୍ଟର ସବୁ ଦଳ ଏବେ ଆପକୁ ସମର୍ଥନ କରୁଛନ୍ତି, ଯେଉଁଥିପାଇଁ କଂଗ୍ରେସ ଏବେ ଏକା ହୋଇଯାଇଛି। ଏପରି ସମୟରେ କହ୍ନେୟା ଦଳଠାରୁ ଦୂରେଇ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାହୁଲଙ୍କ ଖୁବ ନିକଟତର ଥିବା କହ୍ନେୟା ଭାରତ ଜୋଡ଼ୋ ଯାତ୍ରାରେ ପୂରା ସମୟ ରାହୁଲଙ୍କ ସହ ରହିଥିଲେ। ଅନେକ ସାମ୍ୱାଦିକ ସମ୍ମିଳନୀ କରି ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା ଏହି ନେତା ଏବେ କିନ୍ତୁ ଚୁପ ବସିଛନ୍ତି। କେବଳ ଏତିକି ନୁହେଁ ସେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ନାହାନ୍ତି। ଜେଏନୟୁ ଛାତ୍ରସଂଘର ଅଧ୍ୟକ୍ଷ ରହିସାରିଥିବା କହ୍ନେୟା କୁମାରଙ୍କ ଖବୁ ଲୋକପ୍ରିୟତା ରହିଛି। ଏଥିପାଇଁ କଂଗ୍ରେସ ତାଙ୍କୁ ଗତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ମୈଦାନକୁ ଓହ୍ଲାଇଥିଲା।

କଂଗ୍ରେସ କହ୍ନେୟାଙ୍କୁ ନର୍ଥ ଇଷ୍ଟ ଲୋକସଭା ଆସନରୁ ବିଜେପିର ବଡ଼ ନେତା ମନୋଜ ତିୱାରୀଙ୍କ ବିରୋଧରେ ପ୍ରାର୍ଥୀ କରାଇଥିଲା। ଯଦିଓ କହ୍ନେୟା ଏଥିରେ ପରାଜୟ ହୋଇଥିଲେ ହେଲେ ସେତେବେଳେ ପୂରା ଦେଶରେ କହ୍ନେୟାଙ୍କ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହା ପୂର୍ବରୁ 2019 ଲୋକସଭା ନିର୍ବାଚନରେ ସେ ବିହାର ବେଗୁସରାୟ ଆସନରୁ ଗିରିରାଜ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ହେଲେ ସେତେବେଳେ ମଧ୍ୟ ପରାଜୟ ହୋଇଥିଲେ। ତେବେ 2024 ଲୋକସଭା ନିର୍ବାଚନରେ ସେ ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛାପ୍ରକାଶ କରିଥିଲେ। ହେଲେ ତାଙ୍କୁ  ଏଠାରୁ ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିବା ଜଣାପଡ଼ିଥିଲା। କୁହାଯାଉଥିଲା କୁଆଡ଼େ ତେଜସ୍ୱୀ ଯାଦବଙ୍କ ବିରୋଧ ଯୋଗୁ ମେଗୁସରାୟରୁ ତାଙ୍କୁ ଟିକେଟ ମିଳିନଥିଲା।

Leave A Reply

Your email address will not be published.