Latest Odisha News

BREAKING NEWS

ଜାଣନ୍ତୁ, କାହିଁକି ଭାଙ୍ଗିଲା ସଲମାନ ଓ ଐଶ୍ବର୍ଯ୍ୟାଙ୍କ ପ୍ରେମ ସମ୍ପର୍କ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ସଲମାନ ଓ ବିଶ୍ଵସୁନ୍ଦରୀ ଐଶ୍ବର୍ଯ୍ୟାଙ୍କ ପ୍ରେମ କାହାଣୀ କାହାକୁ ବା ଅଛପା ଅଛି । ଗୋଟିଏ ସମୟରେ ଏମାନଙ୍କ ପ୍ରେମକୁ ନେଇ ଉଠୁଥିଲା ପଡୁଥିଲା ଫିଲ୍ମ ଇଣ୍ଡଷ୍ଟ୍ରି । ସେ ସମୟରେ ଏମାନଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ରହୁଥିଲା । ହେଲେ ଉଭୟଙ୍କର ମଧ୍ୟରେ ସୃଷ୍ଟ ମନୋମାଳିନ୍ୟ ଯୋଗୁଁ ଏମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ତେବେ ସଲମାନଙ୍କର ଅନେକ ନାୟିକାଙ୍କ ସହ ଆଫାୟାର ରହିଆସିଛି । କିନ୍ତୁ ସଲମାନଙ୍କ କୌଣସି ସମ୍ପର୍କ ଦୀର୍ଘ ସମୟ ଧରି ଚାଲେ ନାହିଁ । ଅଧାରୁ ଭାଙ୍ଗିଯାଏ ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଐଶ୍ବର୍ଯ୍ୟା ଓ ସଲମାନଙ୍କ ସମ୍ପର୍କରେ ଭାଙ୍ଗିବାର କାରଣ ।

‘ହମ ଦିଲ ଦେ ଚୁକେ ସନମ’ ଚଳଚ୍ଚିତ୍ରରେ ଏହି ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ଏହାର ସଫଳତା ପରେ ସଲମାନ ଓ ଐଶଙ୍କ ନାମ ଏକାଠି ଯୋଡ଼ା ହେବ ଆରମ୍ଭ ହେଲା । ଉଭୟଙ୍କ ପ୍ରଶଂସକ ମଧ୍ୟ ସେ ଦୁହିଁଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ । କିନ୍ତୁ ହଠାତ ଏପରି କଣ ହେଲା? ଯାହା ଏହି ଯୋଡିକୁ ଅଲଗା କରିଦେଲା ? ସ୍ପଷ୍ଟ ଭାବେ ଜଣା ନପଡିଲେ ମଧ୍ୟ ଶୁଣିବାକୁ ମିଳିଲା ସଲମାନଙ୍କ ଏହିସବୁ ଗୁଣ ଯୋଗୁଁ ଉଭୟଙ୍କ ମଧ୍ୟରେ ପ୍ରଥମେ ମନୋମାଳିନ୍ୟ ଓ ପରେ ବ୍ରେକଅପ ହୋଇଥିଲା ।

ସଲମାନଙ୍କ ଆଗ୍ରେସିଭ ସ୍ବଭାବ

ସଲମାନଙ୍କର ଏହି ଗୁଣ ପାଇଁ ଐଶ୍‌ ଓ ତାଙ୍କ ମଧ୍ୟରେ ଅନେକ ଝଗଡା ହେଉଥିଲା। ସେ ରାଗିଲେ ଐଶ୍‌ଙ୍କୁ ଗାଳି କରୁଥିଲେ ଯେଉଁଥିପାଇଁ ସେ ଡରିଯାଉଥିଲେ।ଏଥିପାଇଁ ଉଭୟଙ୍କ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇଥିଲା।

ସଲମାନଙ୍କ ମଦ ପିଇବା ଅଭ୍ୟାସ

ସଲମାନଙ୍କର ମଦ ପିଇବାର ବହୁତ ଖରାପ ଅଭ୍ୟାସ ରହିଛି। ସେ ବହୁତ ଅଧିକ ମଦ୍ୟପାନ କରୁଥିଲେ। ଏହା ସେମାନଙ୍କ ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ଥିଲା।

ଐଶ୍ବର୍ଯ୍ୟାଙ୍କ ପରିବାର ଲୋକେ ସଲମାନଙ୍କୁ ପସନ୍ଦ କରୁନଥିଲେ

ସଲମାନ ଓ ଐଶ୍‌ ରିଲେସନଶିପ୍‌ରେ ଥିଲା ବେଳେ ଐଶ୍‌ ଅଧିକାଂଶ ସମୟ ସଲମାନଙ୍କୁ ତାଙ୍କ ଘରକୁ ନେଇ ଯାଆନ୍ତି। ହେଲେ ତାଙ୍କ ମାଆ ବାପା ସଲମାନଙ୍କୁ ପସନ୍ଦ କରୁନଥିଲେ ଓ ସଲମାନଙ୍କ ବ୍ୟବହାର ସେମାନଙ୍କୁ ପସନ୍ଦ ନଥିଲା।

ପରେ ଐଶ୍‌ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିବା ବେ ସଲମାନ କିନ୍ତୁ ଏଯାଏଁ କୁଆଁରା ରହିଛନ୍ତି।

Leave A Reply

Your email address will not be published.