Latest Odisha News

BREAKING NEWS

କନିକାଙ୍କ ତୃତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ; ଜାଣନ୍ତୁ କ’ଣ କହିଲେ ଡାକ୍ତର

ଲକ୍ଷ୍ନୌ: ବଲିଉଡ କଣ୍ଠଶିଳ୍ପୀ କନିକା କପୁର ଲଣ୍ଡନରୁ ଫେରିବା ପରେ ତାଙ୍କ କରୋନାଭାଇରସ ଟେଷ୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କ ତୃତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହି ଟେଷ୍ଟର ରିପୋର୍ଟ ମଙ୍ଗଳବାର ରାତିରେ ଆସିଛି । ରବିବାର ଦିନ କରାଯାଇଥିବା ଟେଷ୍ଟର ରିପୋର୍ଟ ମଧ୍ୟ ପଜିଟିଭ ଆସିଛି ।

ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ(ଏସଜିପିଜିଆଇଏମଏସ)ରେ କନିକା କପୁରଙ୍କ ଚିକିତ୍ସା ଚାଲିଛି । ପିଜିଆର ନିର୍ଦ୍ଦେଶକ ପ୍ରଫେସର ଆର. କେ ଧିମନଙ୍କ କହିବାନୁସାରେ, କନିକାଙ୍କ ରିପୋର୍ଟ ଲଗାତାର ପଜିଟିଭ ଆସୁଛି । ତାଙ୍କ ଚିକିତ୍ସା ସେ ପର୍ଯ୍ୟନ୍ତ ଚାଲିବ ଯେ ପର୍ଯ୍ୟନ୍ତ ତାଙ୍କର ଆଗାମୀ ୨ଟା ରିପୋର୍ଟ ନେଗେଟିଭ ନଆସିଛି ।

Leave A Reply

Your email address will not be published.