Latest Odisha News

BREAKING NEWS

ଶେଷ ହେଲା ରେଡ୍, ଜବତ ହେଲା ୧୭୭ କୋଟିରୁ ଅଧିକ ଟଙ୍କା

କାନପୁର : ଦେଶର ସର୍ବବୃହତ ରେଡ୍ । ଶେଷ ହୋଇଛି ଦୀର୍ଘ ୩୬ ଘଣ୍ଟାର ମାରାଥନ କାଉଣ୍ଟିଂ ପ୍ରକ୍ରିୟା । ରେଡ୍ ପରେ ଜବତ ହୋଇଛି ୧୭୭ କୋଟି ୪୫ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଜମା ଟଙ୍କାକୁ ଗଣିବା ଲାଗି ଚାଲିଥିବା ପ୍ରକ୍ରିୟା ଶେଷ ହୋଇଛି । ଆୟକର ବିଭାଗ ଓ ଜିଏସଟି ଗୁଇନ୍ଦା ବିଭାଗ ପକ୍ଷରୁ ହୋଇଥିବା ରେଡରେ ୧୭୭ କୋଟି ୪୫ ଲକ୍ଷ ଟଙ୍କା ଜବତ ହୋଇଛି । ପୀୟୂଷଙ୍କ ଘରର କେତେକ ସେଲଫରେ ଏହି ଟଙ୍କା ଜରି ପ୍ୟାକିଂ କରାଯାଇ ରଖାଯାଇଥିଲା । ଟଙ୍କା ଗଣିବା ଲାଗି ବ୍ୟବହୃତ ହୋଇଥିଲା ୧୯ଟି ମେସିନ ।

BjdElectrycity

କାନପୁରର ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପ୍ରାଇଭେଟ ଲିମିଟେଡ ଓ ଗଣପତି ରୋଡ କ୍ୟାରିୟର୍ସର ଗୋଦାମରେ ଜିଏସଟି ଗୁଇନ୍ଦା ବିଭାଗର ଅହମ୍ମଦାବାଦ ୟୁନିଟ୍ ପକ୍ଷରୁ ଚଢାଉ କରାଯାଇଥିଲା । ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପକ୍ଷରୁ ଶିକାର ବ୍ରାଣ୍ଡ ପାନ ମସଲା ତିଆରି ହେଉଥିଲା । ଏହି ସବୁ ସାମଗ୍ରୀକୁ ଗଣପତି ରୋଡ କ୍ୟାରିୟର୍ସ ଜରିଆରେ ପରିବହନ କରାଯାଉଥିବା ଟିମ୍ ଜାଣିବାକୁ ପାଇଛି । ଭୂତ କମ୍ପାନୀ ନାଁରେ ଜାଲ୍ ଇନଭଏସ ଓ ଓ୍ବେବିଲ୍ ପ୍ରସ୍ତୁତ କରି କୋଟି କୋଟି ଟଙ୍କାର ସାମଗ୍ରୀ ପରିବହନ ହେଉଥିଲା । ଠକେଇ ଘଟଣାରେ ୪ଟି ଟ୍ରକ ଜବତ କରାଯାଇଛି । ଏହାସହ ପରିବହନ ସଂସ୍ଥା ନିକଟରୁ ୧ କୋଟି ୧ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି ।

ଜବତ ଟଙ୍କାକୁ ନେବା ଲାଗି ଏକ କଣ୍ଟେନର ଅଣାଯାଇଥିଲା ଏବଂ ୨୧ଟି ବାକ୍ସରେ ସେ ସବୁକୁ ପ୍ୟାକିଂ କରି ନିଆଯାଇଥିଲା । କାନପୁରର ଆନନ୍ଦପୁରୀ ଅଞ୍ଚଳରେ ଥିବା ପୀୟୂଷଙ୍କ ଘରେ ଗତକାଲି ହୋଇଥିଲା ରେଡ୍ । ପୂର୍ବରୁ ଗତ ଜୁଲାଇରେ ତାମିଲନାଡୁର ଏକ ସଡକ ନିର୍ମାଣକାରୀ ସଂସ୍ଥାରେ ଏକ ରେଡ ହୋଇଥିଲା । ଯେଉଁଥିରେ ୧୬୩ କୋଟି ଟଙ୍କା ସମେତ ୧୦୦ କେଜି ଗହଣା ଜବତ ହୋଇଥିଲା ।

Leave A Reply

Your email address will not be published.