Latest Odisha News

BREAKING NEWS

୨ଟି କ୍ୟାଚ ଦୁଇଟି ବିଶ୍ୱକପ

ନୂଆଦିଲ୍ଲୀ: କ୍ୟାଚ ଜିତାଏ ମ୍ୟାଚ । ତାହା ପୂର୍ନବାର ପ୍ରମାଣିତ ହୋଇଛି । ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଏହା ପୂନର୍ବାର ପ୍ରମାଣିତ ହୋଇଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ଶେଷ ଓଭରରେ ୧୬ ରନ ଆବଶ୍ୟକ ହେଉଥିବା ବେଳେ ହାର୍ଦ୍ଦିକଙ୍କ ବଲରେ ସୂର୍ଯ୍ୟକୁମାର ଯାଦବ ବାଉଣ୍ଡରୀ ଲାଇନରେ ଡେଭିଡ ମିଲରଙ୍କ ଏକ ଅବିସ୍ମରଣୀୟ କ୍ୟାଚ ନେଇଥିଲେ । ଏହି କ୍ୟାଚ ଭାରତକୁ ଚାମ୍ପିୟନ କରାଇବାରେ ସହାୟ ହୋଇଥିଲା । ହାର୍ଦ୍ଦିକ ଏହା ପରେ ଭଲ ବୋଲିଂ କରି ଭାରତକୁ ଜିତାଇଥିଲେ । ସୂର୍ଯ୍ୟକୁମାରଙ୍କ କ୍ୟାଚ ୧୯୮୩ରେ କପିଳ ଦେବଙ୍କ କଥା ମନେ ପକାଇ ଦେଇଛି । ସେ ସମୟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଭିଭିଆନ ରିଚାର୍ଡ୍ସ ଭଲ ବ୍ୟାଟିଂ ପ୍ରଦର୍ଶନ କରୁଥିଲେ ।

ମଦନ ଲାଲଙ୍କ ଏକ ବଲକୁ ଡିପ ମିଡ ୱିକେଟରେ ସେ ବଡ ଶଟ ଖେଳିବାକୁ ଚେଷ୍ଟା କରିଥିଲେ । ମାତ୍ର ଏହା ଏଜ ନେଇଥିଲା । ଅଧିନାୟକ କପିଳ ଦେବ କ୍ୟାଚକୁ ବହୁତ ବାଟ ଦୌଡିକରି ଧରିଥିଲେ । ଏହା ଭାରତକୁ ପ୍ରଥମ ବିଶ୍ୱକପ ଜିତାଇବାରେ ସହାୟ ହୋଇଥିଲା । ସେବେଠାରୁ ଭାରତୀୟ କ୍ରିକେଟର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଥିଲା । ୨ ଥର ବିଶ୍ୱ ଚାମ୍ପିୟନକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.