Latest Odisha News

BREAKING NEWS

ନୂଆ ଲୁକ୍‌ରେ କପିଲ ଦେବ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ଲକଡାଉନ୍ ଭିତରେ ସାମ୍ନାକୁ ଆସିଛି ପୂର୍ବତନ ଭାତରୀୟ କ୍ରିକେଟର କପିଲ ଦେବଙ୍କ ନୂଆ ଲୁକ୍ । ତାଙ୍କର ଏବେ ନୂଆ ଲୁକ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଯିଏ ବି ତାଙ୍କ ନୂଆ ଲୁକ୍ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି ।
ଭାରତର କ୍ରିକେଟ କିମ୍ବଦନ୍ତୀ କପିଲ ନିଜ ମୁଣ୍ଡରୁ ସବୁ ଚୁଟି କାଟି ଲଣ୍ଡା ହୋଇଯାଇଛନ୍ତି । ତେବେ ସେ ଲଣ୍ଡା ହୋଇଥିଲେ ମଧ୍ୟ, ଷ୍ଟାଇଲିସ ଦାଢ଼ି ରଖିଛନ୍ତି । ତାଙ୍କର ଏହି ନୂଆ ଲୁକ୍ ଯୋଗୁଁ ସେ ପୁରାପୁରି ଡିଫରେଂଟ ଦେଖାଯାଉଛନ୍ତି ।

କପିଲ୍ ନିଜର ଏହି ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଶେଆର୍ ହେବା ପରେ ପ୍ରଶଂସକଙ୍କୁ ତରଫରୁ ଖୁବ୍ ପ୍ରତିକ୍ରିୟା ମିଳିଛି। କିଛି ପ୍ରଶଂସକ କପିଲଙ୍କ ଏହି ନୂଆ ଲୁକର ତୁଳନା ବାହୁବଳୀ ଫିଲ୍ମର ଅନ୍ୟତମ ଚର୍ଚ୍ଚିତ ଚରିତ୍ର କଟ୍ଟପ୍ପା ସହ କରିଛନ୍ତି। କପିଲଙ୍କ ଏହି ନୂଆ ଲୁକକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

Comments are closed.