Latest Odisha News

BREAKING NEWS

ମନୋରଞ୍ଜନ ଶିଳ୍ପର ଲୋକଙ୍କୁ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ଲାଗି କରଣଙ୍କ ନୂଆ ଅଭିଯାନ

ମୁମ୍ବାଇ: କରଣ ଜୋହର ଆଜି ତାଙ୍କ ପିତାଙ୍କ ସ୍ମୃତିରେ ଏକ ଫାଉଣ୍ଡେସନ୍‌ ଆରମ୍ଭ କରିଛନ୍ତି। ଏହାର ନାଁ ସେ ଦେଇଛନ୍ତି ‘ୟଶ ଜୋହର ଫାଉଣ୍ଡେସନ’। କରଣ ନିର୍ମାତା ୟଶ ଜୋହରଙ୍କ ବହୁ ପୁରୁଣା ଫଟୋକୁ ନେଇ ତାଙ୍କ ସହକର୍ମୀମାନଙ୍କ ସହିତ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି।

ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଲୋକଙ୍କୁ ଆର୍ଥିକ ସହାୟତା କରିବା ଏବଂ ସେମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ହେଉଛି ଏହି ଫାଊଣ୍ଡେସନର ମୂଳ ଲକ୍ଷ୍ୟ।

ଏହି ଫାଉଣ୍ଡେସନ ମନୋରଞ୍ଜନ ଶିଳ୍ପର ଲୋକଙ୍କୁ ଆର୍ଥିକ ସହାୟତା ଏବଂ ସ୍ୱାସ୍ଥ୍ୟସେବା ଯୋଗାଇବ। ଏହାସହିତ ସେ କହିଛନ୍ତି ଯେ ମୁଁ ୟଶ ଜୋହର ଫାଉଣ୍ଡେସନ ଆରମ୍ଭ କରି ଗର୍ବିତ। ଭାରତୀୟ ମନୋରଞ୍ଜନ ଶିଳ୍ପରେ ଥିବା ଲୋକଙ୍କ ପାଇଁ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଏହି ଲକ୍ଷ୍ୟ ରଖାଯାଇଛି। “

Leave A Reply

Your email address will not be published.