Latest Odisha News

BREAKING NEWS

ଆଉ ହୀରୋଙ୍କୁ ଅଧିକ ଅର୍ଥ ଦେବେନି କରନ ଜୋହର

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ମାତା କରନ ଜୋହର କହିଛନ୍ତି ଯେ, ସେ ଆଗକୁ ହୀରୋଙ୍କୁ ମନଇଚ୍ଛା ଅର୍ଥ ପ୍ରଦାନ କରିବେ ନାହିଁ । ଯଦି ସେମାନେ ଫିଲ୍ମକୁ ହିଟ କରିବେ ବୋଲି ଗ୍ୟାରେଂଟି ଦେବେନି ତେବେ ସେମାନେ ଦାବୀ କରିଥିବା ଅର୍ଥ ଦେବିନି । ନିକଟରେ ଏ ନେଇ କରଣ ଜୋହର, ଜୋୟା ଅଖତର ସମେତ ଅନ୍ୟ ଫିଲ୍ମମେକର୍ସମାନେ ଏ ସମ୍ପର୍କରେ ଆଲୋଚନା କରିଥିଲେ । ସେ କିଲ ଫିଲ୍ମର ଉଦାହରଣ ଦେଇ କହିଥିଲେ ଏଥିପାଇଁ ମୁଁ ୪୦ କୋଟିର ବଜେଟ ରଖିଥିଲି । ଅଧିକାଂଶ ବଡ ହୀରୋ ତାଙ୍କ ପ୍ରାଇସ ବାବଦକୁ ଅତି କମରେ ୪୦ କୋଟି ମାଗିଥିଲେ । ମୁଁ କହିଥିଲି ତୁମେ ଯଦି ୧୨୦ କୋଟି ଆୟର ଗ୍ୟାରେଂଟି ଦେବ ତାହାହେଲେ ଦେବି । ଶେଷରେ ନୂଆ ହୀରୋଙ୍କୁ ନେଇ ଫିଲ୍ମ କରିଥିଲି ।

ଏବେ କୌଣସି ହୀରୋକୁ ଫିଲ୍ମ ଅଫର କରିବା ପୂର୍ବରୁ ପୂର୍ବ ଫିଲ୍ମଗୁଡିକର ସଫଳତାକୁ ଅନୁଧ୍ୟାନ କରୁଛି । ସେହି ଅନୁସାରେ ପ୍ରାଇସ କମ ଏବଂ ଅଧିକ ଦେବା ପାଇଁ ଚିନ୍ତା କରୁଛି । ଷ୍ଟାରଙ୍କୁ ଅଧିକ ଅର୍ଥ ଦେବା ଫଳରେ ଫିଲ୍ମର ବଜେଟ ମାତ୍ରାଧିକ ବୃଦ୍ଧି ପାଉଛି । ଯଦି ଏହା ନ ଜାଲେ ତେବେ ଅନେକ କ୍ଷତି ହେଉଛି । କରନଙ୍କ କଥାରେ ଅନ୍ୟ ଫିଲ୍ମମେକର୍ସମାନେ ମଧ୍ୟ ସମର୍ଥନ କରିଥିଲେ । ଏହା ଯୁବ କଳାକାରଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.