Latest Odisha News

ପୁଣି ଏକାଠି ନଜର ଆସିଲେ କରନ୍‌-ତେଜସ୍ୱୀ

ମୁମ୍ବାଇ:ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତା କରନ୍ କୁନ୍ଦ୍ରା ଏବଂ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ନିକଟରେ ଉଭୟ ଜୁହୁସ୍ଥିତ ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କରନ ଓ ତେଜସ୍ୱୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବିଗ୍‌ବସ୍ ଘରେ ହିଁ ଆରମ୍ଭ ହୋଇଥିଲା ପ୍ରେମ । ଏମାନଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ବିଗ୍‌ବସ ଘରୁ ବାହାରିବା ପରେ ଉଭୟଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଏକାଠି ଦେଖିବାକୁ ମିଳିଥିଲେ । କିଛି ମାସ ତଳେ ସେମାନଙ୍କର ବ୍ରେକ୍‌ଅପ୍ ହୋଇଥିବା ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଏବେ ପୁଣି ସେମାନଙ୍କୁ ଏକାଠି ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ସମ୍ପର୍କ ଆଗଭଳି ଥିବା ଜଣାଯାଇଛି । ସେମାନଙ୍କର ଏକାଠି ଥିବା ଫଟୋ ଦେଖିବା ପରେ ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି ।

ନିକଟରେ ଅଭିନେତା କରନ୍ ଏକ ହୃଦୟ ଭାଙ୍ଗିବା କବିତା ଲେଖି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହାପରେ ତାଙ୍କ ବ୍ରେକ୍‌ଅପ୍ ହୋଇଥିବା ସମସ୍ତେ ଅନୁମାନ କରିଥିଲେ । ପରେ ତେଜସ୍ୱୀଙ୍କୁ ଏନେଇ ପଚରାଯିବାରେ ସେ କଥାକୁ ଏଡାଇ ଯିବା ସହ ଦୁହିଁଙ୍କ ସମ୍ପର୍କ ଅଧିକ ମଜଭୂତ ହୋଇଥିବା କହିଥିଲେ ।

Comments are closed.