Latest Odisha News

BREAKING NEWS

କରଣ କୁନ୍ଦ୍ରା ସୁଟିଂ ସେଟରେ ଦେଲେ ଇଫତାର ପାର୍ଟି

ମୁମ୍ବାଇ: ଏବେ ଅନେକ ସେଲିବ୍ରିଟ୍ ରମଜାନ ମାସ ପାଳନ କରୁଛନ୍ତି । ପରେ ଇଫତାର ପାର୍ଟିର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତିି । କିନ୍ତୁ ଅଭିନେତା କରଣ କୁନ୍ଦ୍ରା ସିରିଏଲ ‘ତେରେ ଇଶ୍କ ମେନ୍ ଘାୟଲ’ ସୁଟିଂ ସେଟ୍‌ରେ ଇଫ୍‌ତାର ପାର୍ଟିର ଆୟୋଜନ କରିଛନ୍ତି । ଏଥିରେ ଧାରାବାହିକର ସମସ୍ତ କଳାକାର ଓ ଅନ୍ୟକର୍ମଚାରୀମାନେ ସାମିଲ ହୋଇଛନ୍ତି । ଏହି ଇଫ୍‌ତାର ପାର୍ଟିରେ ଫଳଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଖାଦ୍ୟ ଟେବୁଲ ଉପରେ ସଜ୍ଜେଇ ରଖିଥିଲେ । ସୁଟିଂ ସାରିବା ପରେ ସମସ୍ତେ ଏହି ପାର୍ଟି ସାମିଲ ହୋଇଥିଲେ । ଏବେ ଏହି ଇଫତାର ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିନେତା କରଣ ବ୍ଲାକ୍ ସାର୍ଟ,ପ୍ୟାଣ୍ଟ ସହିତ ବ୍ଲେଜର ପିନ୍ଧିଛନ୍ତି । ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଏହି ଭିଡିଓ ମାଧ୍ୟମରେ କରଣ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ଏପରି କାର୍ଯ୍ୟ ପାଇଁ ଅନେକ କରଣଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.