Latest Odisha News

BREAKING NEWS

ପରଦାକୁ ଫେରିଲେ କରୀନା,ସୁଟିଂ ସେଟ୍‌ର ଫଟୋ କଲେ ସେୟାର

ମୁମ୍ବାଇ: ପୁଣି ଥରେ ପରଦାକୁ ଫେରିଲେ ଅଭିନେତ୍ରୀ କରୀନା କପୁର । ସେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଖୁବ୍ ବ୍ୟସ୍ତ । ଶନିବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ କରିବା ନେଇ ସୂଚନା ଦେଇଛନ୍ତି । ଏବେ ସେ ଫିଲ୍ମ ଶୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି । ସୁଟିଂ ସେଟ୍‌ର ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥସହିତ ନିର୍ଦ୍ଦେଶକଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି ।

BjdElectrycity

ସେୟାର କରିଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ପଛରୁ ନିଆଯାଇଥିବା ଏକ ଫଟୋରେ କରୀନା ରାସ୍ତା ମଝିରେ ଠିଆ ହୋଇ ଏକ କାରକୁ ପବନରେ ଉପରକୁ ଉଠୁଥିବାର ନଜର ଆସିଛନ୍ତି । ରୋହିତଙ୍କ ଫିଲ୍ମରେ ସର୍ବଦା କିଛି ଆକ୍ସନ ରହିଥାଏ । ଏହାକୁ ଦୃଷ୍ଟିରେ ରଖି କରୀନା ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟର ସସ୍‌ପେନ୍ସକୁ ଦୂର କରି କ୍ୟାପଶନରେ ଲେଖିଛନ୍ତି “ମୁଁ କାହା ପାଇଁ ଶୁଟିଂ କରୁଛି ତାହା କହିବା ଆବଶ୍ୟକ କି? ସେ ମୋର ପ୍ରିୟ ନିର୍ଦ୍ଦେଶକ .. । ଏହା ତାଙ୍କ ସହିତ ମୋର ଚତୁର୍ଥ ଫିଲ୍ମ ଏସ୍ ଏବଂ ଶେଷ ନୁହେଁ । ଏଥିହସତ ହାର୍ଟ ଇମୋଜି, ଇନ୍ଦ୍ରଧନୁ ଏବଂ ଫାୟାର ଇମୋଜି ବି ଦେଇଛନ୍ତି ।

Leave A Reply

Your email address will not be published.