Latest Odisha News

ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କଲା କୋର୍ଟ

ମୁମ୍ବାଇ: ମଧ୍ୟପ୍ରଦେଶ ହାଇକୋର୍ଟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ବର୍ଷ ତଳେ ନିଜର ଏକ ପୁସ୍ତକ ଲଞ୍ଚକୁ ନେଇ ବିବାଦରେ ଫସିଛନ୍ତି ବଲିଉଡର ବେବୋ । ନିକଟରେ କରୀନା କପୁର ନିଜର ପ୍ରେଗ୍ନେନ୍ସି ଯାତ୍ରାକୁ ନେଇ ଏକ ବହି ଲଞ୍ଚ କରିଥିଲେ। ସେହି ବହିର ଟାଇଟେଲ ରଖିଥିଲେ ‘କରୀନା କପୁର ପ୍ରେଗ୍‌ନାନ୍ସି ବାଇବେଲ’। ଏହି ବାଇବେଲ ଶବ୍ଦର ବ୍ୟବହାରକୁ ନେଇ ବିବାଦରେ ପଡିଛନ୍ତି  କରୀନା  । ଏହା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ଖ୍ରୀଷ୍ଟୋଫର ଆନ୍ଥୋନୀ ହାଇକୋର୍ଟରେ ଏନେଇ ଆବେଦନ କରିଛନ୍ତି। ଓକିଲ ଖ୍ରୀଷ୍ଟୋଫେର୍‌ ଆନ୍ଥୋନୀଙ୍କ ଅଭିଯୋଗ ଆଧାରରେ ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ୍‌ ଗୁରୁପାଲ ସିଂହ ଆଲୁୱାଲିଆଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠରେ  କରୀନାଙ୍କ ‘କରୀନା କପୁର ପ୍ରେଗ୍‌ନାନ୍ସି ବାଇବେଲ’ ପୁସ୍ତକ ବିକ୍ରି ଉପରେ ରୋକ୍‌ ଲଗାଇବା ସହ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି। ୭ ଦିନ ଭିତରେ ଏହି ନୋଟିସ୍‌ର ଜବାବ ଦେବାକୁ କରୀନାଙ୍କୁ କୁହାଯାଇଛି। ଜବଲପୁରର ଜଣେ ସାମାଜିକ କର୍ମୀ ଶ୍ରୀ ଆନ୍ଥୋନି ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି ଯେ ବହିର ଶୀର୍ଷକରେ “ବାଇବେଲ” ଶବ୍ଦର ବ୍ୟବହାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାବନାକୁ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି ଯେ ବାଇବେଲ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ଗ୍ରନ୍ଥ । କରୀନା କପୁର ଖାନ ନିଜ ଗର୍ଭଧାରଣକୁ ବାଇବେଲ ସହିତ ତୁଳନା କରିବା ଏକ ବିରାଟ ଭୁଲ ଅଟେ। ଶ୍ରୀ ଆନ୍ଥୋନି କହିଛନ୍ତି ଯେ ଅଭିନେତ୍ରୀ ତାଙ୍କ ପୁସ୍ତକର ଶସ୍ତା ପ୍ରଚାର ପାଇଁ ଏହି ଶବ୍ଦ ବ୍ୟବହାର କରିଛନ୍ତି।

 

 

Comments are closed.