Latest Odisha News

BREAKING NEWS

ଆଇପିଏଲ୍ ଖେଳିବେ କି ଛୋଟେ ନବାବ୍ ତୈମୁର୍?

ନୂଆଦିଲ୍ଲୀ: କରୀନା କପୁର ଖାନ୍‌ ତୈମୁରଙ୍କ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଛୋଟେ ନବାବ୍‌ ତୈମୁର୍‌ କ୍ରିକେଟ୍ ଖେଳିବାରେ ବ୍ୟସ୍ତ ଅଛନ୍ତି। ତୈମୁର୍‌ ହାତରେ ନିଜ ଆକାରଠୁ ବଡ଼ ଆକାରର ବ୍ୟାଟ୍ ଧରି ପିଚ୍‌ରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି।

ତାଙ୍କ ଚାରିପଟେ ଲୋକମାନେ ତାଙ୍କୁ ଘେରି ରହିଛନ୍ତି। ଅତି ସୁନ୍ଦର ଉପାୟରେ ସେ ବ୍ୟାଟ୍ ଧରିଛନ୍ତି। କରୀନା ଏହି ଫଟୋ ସେୟାର କରିବା ପରେ ପ୍ରଶଂସକମାନେ ‌ତୈମୁର୍‌ଙ୍କ ଏହି ଫଟୋକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି।

ଏଥିରେ ତୈମୁର୍‌ଙ୍କୁ କ୍ରୀଡା ପୋଷାକରେ ଦେଖିବାକୁ ମିଳିଛି। ତେବେ ତୈମୁର୍‌ଙ୍କୁ ଖେଳୁଥିବାର ଦେଖି କରୀନା ମଧ୍ୟ ବହୁତ ଖୁସି ଥିବା ଜଣାପଡୁଛନ୍ତି। ଫଟୋ ସେୟାର କରିବା ସହିତ କରୀନା କ୍ୟାପସନରେ ଲେଖିଛନ୍ତି – ଆଇପିଏଲ୍‌ରେ କୌଣସି ସ୍ଥାନ ଅଛି କି? ମୁଁ ମଧ୍ୟ ଖେଳିପାରେ। ହାହାହା, ଲଭ୍‌ ୟୁ ଟିମ୍‌ ଟିମ୍‌। କରୀନା ଏବେ ଅମୀର ଖାନ୍‌ଙ୍କ ସହ ଲାଲ ସିଂ ଚଡା ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

Comments are closed.