Latest Odisha News

BREAKING NEWS

ଦ୍ୱିତୀୟ ସନ୍ତାନର ପ୍ରଥମ ଝଲକ ଦେଖାଇଲେ କରୀନା!

ମୁମ୍ବାଇ: କରୀନା କପୁର ଖାନ ତାଙ୍କ ଦ୍ବିତୀୟ ସନ୍ତାନର ପ୍ରଥମ ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କରୀନା ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତୈମୁର ଅଲି ଖାନ ଏବଂ ସୈଫ ଅଲି ଖାନ ନବଜାତ ଶିଶୁଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି।

କିନ୍ତୁ କରୀନାଙ୍କ ଏହି ପୋଷ୍ଟରେ ତାଙ୍କ ପୁଅର ସମ୍ପୂର୍ଣ୍ଣ ଚେହେରା ଦେଖିବାକୁ ମିଳିନି। ଏଥିପାଇଁ ପ୍ରଶଂସକମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।

ଏହାପୂର୍ବରୁ କରୀନାଙ୍କ ପିତା ରଣନ୍ଧୀର କପୁର ଶିଶୁର ଅନ୍ୟ ଏକ ଫଟୋ ସେୟାର କରିଥିଲେ। ଫଟୋ ସେୟାର କରିବାର କିଛି ମିନିଟ୍ ମଧ୍ୟରେ, ରଣନ୍ଧୀର ଏହାକୁ ଡିଲିଟ କରିଦେଇଥିଲେ।

Comments are closed.