Latest Odisha News

BREAKING NEWS

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ପରେ କରିନାଙ୍କ କାରକୁ ଆକ୍ରମଣ ହୋଇଥିଲା…

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ପରେ କରୀନା କପୁର ଖାନଙ୍କ କାର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ବୋଲି କହିଛନ୍ତି ଲୋକପ୍ରିୟ ଟିଭି ଏବଂ ଫିଲ୍ମ ଅଭିନେତା ରୋନିତ ରୟ।

ସେ ଏକ ସାକ୍ଷାତକାରରେ ସୈଫଙ୍କ ଆକ୍ରମଣକୁ ନେଇ କହିଥିଲେ ଯେ ଯେତେବେଳେ ସୈଫ ହସ୍ପିଟାଲରୁ ଡିସଚାର୍ଜ ହୋଇ ତାଙ୍କ ପତ୍ନୀ କରିନା କପୁରଙ୍କ ସହ ଘରକୁ ଫେରୁଥିଲେ ସେତିକିବେଳେ କରିନାଙ୍କ କାର ଉପରକୁ ଆକ୍ରମଣ ହୋଇଥିଲା।ଯାହାଫଳରେ ସେ ଭୟଭୀତ ହୋଇଯାଇ ସୈଫଙ୍କୁ ଘରକୁ ନେଇଯିବାକୁ ରୋନିତଙ୍କୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସୈଫଙ୍କ ଘରେ ଆଗରୁ ହିଁ ସୁରକ୍ଷା ବାହିନୀ ନିୟୋଜିତ ଥିଲେ ଓ ତାଙ୍କୁ ପୋଲିସ ବାହିନୀର ସମର୍ଥନ ମଧ୍ୟ ମିଳିଥିଲା। ଏ ସମସ୍ତ ଘଟଣାକୁ ନେଇ ଗଣମାଧ୍ୟମ ଅବଗତ ଥିବା ମଧ୍ୟ ସେ କହିଥିଲେ।

ତେବେ ଗତ ଜାନୁଆରୀ ୧୬ରେ ଜଣେ ଆକ୍ରମଣକାରୀ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ସ୍ଥିତ ଘରେ ପଶିଯାଇଥିଲେ। ତେବେ ସୈଫ ତାଙ୍କ ସାନ ପୁଅ ଜେହଙ୍କୁ ଆକ୍ରମଣକାରୀ ଠାରୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ସମୟରେ ଅଭିଯୁକ୍ତ ଜଣକ ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପରେ ଏହି ଘଟଣାର ତଦନ୍ତ କରି ପୋଲିସ ଅପରାଧୀକୁ ଧରିବାରେ ସଫଳ ହୋଇଥିଲା।

 

Comments are closed.