ମୁମ୍ବାଇ:ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନଙ୍କ ସହ ଏକ ରହସ୍ୟମୟୀ ମହିଳାଙ୍କ ସମ୍ପର୍କ ବେଶ ଚର୍ଚ୍ଚାର କାରଣ ସାଜିଛି । ଦୁଇଜଣ ଯାକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଛୁଟି କଟାଇଥିଲେ । କାର୍ତିକଙ୍କ ସହ ସମ୍ପର୍କକୁ ନେଇ ରହସ୍ୟମୟୀ ମହିଳା କରୀନା କୁବିଲିୟଟେ ଖୁଲାସା କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ବାୟୋରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ମୁଁ କାର୍ତିକଙ୍କୁ ଜାଣିନି । ଅବଶ୍ୟ ଏହାକୁ ନେଇ କାର୍ତିକଙ୍କ କୌଣସି ବୟାନ ସମ୍ମୁଖକୁ ଆସି ନାହିଁ । ପୂର୍ବରୁ କାର୍ତିକଙ୍କ ନାମ ଶ୍ରୀଲୀଲା ଓ ସାରା ଅଲୀ ଖାଁଙ୍କ ସହ ଯୋଡା ଯାଉଥିଲା । ପରେ ଏହାର ସତ୍ୟତା ନ ଥିବା ଜଣା ପଡିଥିଲା ।
ସୋସିଆଲ ମିଡିଆରେ ୟୁଜର୍ସମାନେ ସେମାନେ ଶେୟାର କରିଥିବା ଫଟୋକୁ ଯୋଡି କରି ଏହି କାହାଣୀ ରଚିଥିଲେ । ଗୋଆର ସେଂଟ ରୋଜିସ ହୋଟେଲରେ ଉଭୟ ରହିଥିଲେ । କାର୍ତିକଙ୍କୁ କରୀନା ଫଲୋ କରୁଥିବାରୁ ଏହି ସନ୍ଦେହ ଉପୁଜିଥିଲା । ଏବେ କରୀନା ତାଙ୍କୁ ଅନଫଲୋ କରିଛନ୍ତି । ନିକଟରେ କାର୍ତିକଙ୍କ ରିଲିଜ ହୋଇଥିବା ଫିଲ୍ମ ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ ବକ୍ସ ଅଫିସରେ ଖାସ ବ୍ୟବସାୟ କରିପାରି ନ ଥିଲା । ଏବେ ସେ ଅନୁରାଗ ବସୁଙ୍କ ନାଗଜିଲା ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି ।