Latest Odisha News

BREAKING NEWS

ସଞ୍ଜୟ କପୁରଙ୍କ ସମ୍ପତି ବିବାଦ; କାହିଁକି ମେଲୋଡ୍ରାମା ନ କରିବାକୁ କହିଲେ କୋର୍ଟ

ମୁମ୍ବାଇ: ବ୍ୟବସାୟୀ ସଞ୍ଜୟ କପୁରଙ୍କ ୩୦,୦୦୦ କୋଟି ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦ ଆହୁରି ଘନେଇବାକୁ ଲାଗିଛି। ତାଙ୍କ ପୂର୍ବତନ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ଦାବି କରିଛନ୍ତି ଯେ ତାଙ୍କ ଝିଅ ଯିଏକି ଆମେରିକୀୟ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି। ତାଙ୍କର ଦୁଇ ମାସର କଲେଜ ଫିସ୍ ଦିଆଯାଇ ନାହିଁ।

ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। “କୋର୍ଟରେ ନାଟକ ନ କରିବାକୁ” ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, କରିସ୍ମା କପୁରଙ୍କ ଝିଅ ସମାଇରା କପୁର ଆମେରିକାରେ ପଢ଼ୁଛନ୍ତି। କୋର୍ଟରେ ତାଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ମହେଶ ଜେଠମାଲାନି ଦାବି କରିଛନ୍ତି ଯେ ଗତ ଦୁଇ ମାସ ଧରି ସମାଇରାଙ୍କର ବିଶ୍ୱବିଦ୍ୟାଳୟ ଫିସ୍ ଦିଆଯାଇ ନାହିଁ। ସେ କହିଛନ୍ତି ଯେ ବିବାହ ବିଚ୍ଛେଦ ଚୁକ୍ତି ଅନୁଯାୟୀ, ସଞ୍ଜୟ କପୁର ନିଜ ପିଲାମାନଙ୍କ ଶିକ୍ଷା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଦେବାକୁ ବାଧ୍ୟ ଥିଲେ। ଯେହେତୁ ସମସ୍ତ ସମ୍ପତ୍ତି ବର୍ତ୍ତମାନ ପ୍ରିୟା କପୁର (ସଞ୍ଜୟ କପୁରଙ୍କ ସ୍ତ୍ରୀ)ଙ୍କ ମାଲିକାନାରେ ଅଛି, ତେଣୁ କରିସ୍ମା କପୁରଙ୍କ ପିଲାମାନଙ୍କ ଫିସ୍ ଦେବା ତାଙ୍କର ଦାୟିତ୍ୱ।

ପ୍ରିୟା କପୁରଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ନାୟାର ଏହି ଦାବିକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ସେ ପିଲାମାନଙ୍କ ଦ୍ୱାରା ହୋଇଥିବା ସମସ୍ତ ଖର୍ଚ୍ଚର ଯତ୍ନ ନେଇଛନ୍ତି। ଆଉ ସେ କରିସ୍ମା କପୁରଙ୍କ ଦାବିକୁ “କଳ୍ପିତ ଏବଂ ଭିତ୍ତିହୀନ” ବୋଲି କହିଛନ୍ତି।

 

Comments are closed.