Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟରେ ଅସନ୍ତୁଷ୍ଟ ବିଧାୟକ ଭାଗ ନେବା ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଥିଲେ ମଧ୍ୟ ବୁଧବାର ଦିନ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏବେ ସରଗରମ ହୋଇଉଠିଛି କର୍ଣ୍ଣାଟକ ବିଧାନସଭା । ଏହି ମାମଲାରେ ବୁଧବାରଦିନ ସୁପ୍ରିମକୋର୍ଟ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଗୁରୁବାର ହେବାକୁ ଥିବା ଆସ୍ଥା ଭୋଟରେ ଅସନ୍ତୁଷ୍ଟ ବିଧାୟକମାନେ ଭାଗ ନେବା ଜରୁରୀ ନୁହେଁ ।

ଏଠାରେ ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭାରେ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ ସେମାନଙ୍କର ଇସ୍ତଫା ଗ୍ରହଣ କରିବାରେ ବାଚସ୍ପତି ବିଳମ୍ବ କରୁଛନ୍ତି ବୋଲି ଅସନ୍ତୁଷ୍ଟ ବିଧାୟକମାନେ ସୁପ୍ରିମକୋର୍ଟରେ ମିଳିତଭାବେ ଅଭିଯୋଗ କରିଥିଲେ ।

ସୁପ୍ରିମକୋର୍ଟ ଏସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବା ପରେ କର୍ଣ୍ଣାଟକର ତିନୋଟି ରାଜନୈତିକ ଦଳରେ ଏବେ ତତ୍ପରତା ବୃଦ୍ଧି ପାଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀଙ୍କ ଭାଗ୍ୟ ପରୀକ୍ଷା ହେବ ବିଧାନସଭାରେ । ଆସ୍ଥାଭୋଟରେ ବିଜୟୀ ହେବାଲାଗି ଜେଡ଼ିଏସ ସରକାରର ମୁଖ୍ୟ ଅଂଶିଦାର କଂଗ୍ରେସ ଓ ଜେଡ଼ିଏସ କେଉଁ ପଦକ୍ଷେପ ନେଉଛନ୍ତି ତାହା ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡ଼ିଯିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.