Latest Odisha News

ବିଜେପିର ପସନ୍ଦ ନମ୍ବର କ’ଣ ? ମୁଖ୍ୟମନ୍ତ୍ରୀ ଆସନର ମୂଲ୍ୟ କେତେ ? ଉତ୍ତର ଦେଲେ ରାହୁଲ

ବେଙ୍ଗାଲୁର: ଅଙ୍କ କଷୁଛନ୍ତି ରାହୁଲ । ବିଜେପି ଅଙ୍କ । ବିଜେପି କର୍ଣ୍ଣାଟକ ଜନତାଙ୍କ ମୂଲ୍ୟ କେତେ ଆକଳନ କରୁଛି ? ବିଜେପି ପସନ୍ଦ ନମ୍ବର କ’ଣ ? ବିଜେପିକୁ କର୍ଣ୍ଣାଟକ ଜନତା କେତେ ଆସନ ଦେଲେ ଦଳ ଖୁସି ହେବ ?..ଏମିତି କିଛି । ନିର୍ବାଚନକୁ ନେଇ କର୍ଣ୍ଣାଟକ ରାଜନୀତି ଏବେ ସରଗରମ। ଦୁଇ ପ୍ରମୁଖ ଦଳ ଏବେ ମୁହାଁମୁହିଁ । କେତବେେଳେ ବିଜେପି ବର୍ଷୁଛି ତ କେତେବେଳେ କଂଗ୍ରେସ ଗର୍ଜୁଛି । ଭୋଟରଙ୍କ ଆଖି ଏବେ ଦୁଇ ବରିଷ୍ଠ ନେତାଙ୍କ ଉପରେ ।  ଇତିମଧ୍ୟରେ ବିଜେପିର ପ୍ରମୁଖ ନେତା ଜଗଦୀଶ ଶେଟ୍ଟାର ବିଜେପି ଛାଡି କଂଗ୍ରେସ ହାତ ଧରିଛନ୍ତି । ଶେଟ୍ଟାର ଦଳ ଛାଡିବା ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ।

ବିଜେପିର ପସନ୍ଦ ନମ୍ବର ହେଉଛି  ୪୦ । ତେଣୁ ଏଥର ନିର୍ବାଚନରେ  ୪୦ ସିଟ ତାଙ୍କୁ ଦେଇ ଦିଅନ୍ତୁ । କର୍ଣ୍ଣାଟକର ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଛନ୍ତି ରାହୁଲ । ଶେଟ୍ଟାରଙ୍କ ଦଳ ଛାଡିବା ନେଇ ରାହୁଲ କହିଛନ୍ତି, କର୍ଣ୍ଣାଟକରେ ବିଜେପିକୁ ଛିଡା କରିଥିଲେ ଶେଟ୍ଟାର । ଆଜି କାହିଁକି ଦଳ ତାଙ୍କୁ ଟିକେଟ ଦେଲାନି ? କାରଣ ସେ ଭ୍ରଷ୍ଟାଚାରରେ ସାମିଲ ହେଲେନି । ସେ ୪୦ ପ୍ରତିଶତ କମିଶନି ନେଲେନି । ବିଜେପିର ଏହି ୪୦ ନମ୍ବର ବହୁତ ପସନ୍ଦ । ତେଣୁ ଏଥର ନିର୍ବାଚନରେ ୪୦ ସିଟ ଦଳକୁ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ କହିଥିଲେ ।

କର୍ଣ୍ଣାଟକର ହଙ୍ଗଲରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ରାହୁଲ କହିଥିଲେ, ବିଜେପି ବିଧାୟକଙ୍କ କହିବା ଅନୁଯାୟୀ, ୨,୫୦୦ କୋଟି ଟଙ୍କାରେ ବିଜେପିର ମୁଖ୍ୟମନ୍ତ୍ରୀ ପଦ କିଣାଯାଇ ପାରେ । ଏହାର ଅର୍ଥ କର୍ଣ୍ଣାଟକ ଜନତାଙ୍କ ଭବିଷ୍ୟତର ମୂଲ୍ୟ ବିଜେପି ଆକଳନ ଅନୁସାରେ ୨,୫୦୦ କୋଟି । ଏହି ଦଳକୁ କମିଶନି ବହୁତ ପସନ୍ଦ  ବୋଲି କହି ବିଜେପିକୁ କଡା ସମାଲୋଚନ କରିଥିଲେ ରାହୁଲ ।

Comments are closed.