Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ: ସନ୍ଧ୍ୟା ୬ ସୁଦ୍ଧା ଆସ୍ଥା ଭୋଟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନଭାରେ ଅଚଳାବସ୍ଥା ଜାରି ରହିଛି । ଆଜି ଦିନ ୧ଟା ୩୦ ସୁଦ୍ଧା ରାଜ୍ୟପାଳ ଯେଉଁ ନିର୍ଦ୍ଦେଶ ଦେଇଥିଲେ ଗୃହର ବାଚସ୍ପତିଙ୍କୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ରାଜ୍ୟପାଳ ଏସମ୍ପର୍କୀତ ବିଧାନସଭାରେ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି ଯେ, ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଯେପରି ବିଧାନସଭାରେ ଆସ୍ଥା ଭୋଟ ଶେଷ ହୁଏ । ସେହିପରି ଉଚିତ୍ ପଦକ୍ଷେପ ନେବା ନେଇ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ସବୁଠାରୁ ବଡ଼କଥା ହେଲା ଆଜି ବିଧାନସଭାରେ ଆସ୍ଥାଭୋଟ୍ ଲାଗି ଆଲୋଚନା ଚାଲିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରାମାୟା କହିଛନ୍ତି, ଆଲୋଚନା ସମାପ୍ତ ନ’ହେବା ଯାଏଁ ଭୋଟଗ୍ରହଣ ହେବନାହିଁ ।

ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀ କହିଛନ୍ତି, ରାଜ୍ୟପାଳ ଗୃହ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଠିକ୍ ହୋଇନାହିଁ । ଏହା ଗଣତନ୍ତ୍ରକୁ ହତ୍ୟା ସ୍ୱରୂପ ବୋଲି ସେ କହିଛନ୍ତି ।

ସେହିପରି ବିଜେପି ରାଜ୍ୟ ମୁଖିଆ ବିଏସ୍ ୟେଡ଼ିୟୁରାପ୍ପା ଜେଡ଼ିଏସ୍ ବିଧାୟକ ଶ୍ରୀନିବାସ ଗୌଡ଼ାଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଗତ କରିବା ପରେ ଗୃହ ସରଗରମ ହୋଇପଡ଼ିଛି ।

ଗତ ଏକମାସ ଧରି କର୍ଣ୍ଣାଟକ ରାଜନୈତିକ ପରିସ୍ଥିତି ସଙ୍କଟଜନକ ଅବସ୍ଥାରେ ଗତି କରୁଥିବା ଲକ୍ଷ୍ୟ କରାଯାଉଛି । ବିଧାନସଭାର ୧୫ ଜଣ ଅସନ୍ତୁଷ୍ଟ ବିଧାୟକ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ ବାଚସ୍ପତି ସେମାନଙ୍କର ଇସ୍ତଫା ଗ୍ରହଣ ନ’କରିବାରୁ ବାଧ୍ୟ ହୋଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାଚସ୍ପତି ସମସ୍ତ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ କହିଥିଲେ ।

Leave A Reply

Your email address will not be published.