Latest Odisha News

BREAKING NEWS

ବେଙ୍ଗାଲୁରୁ ଦଳାଚକଟା ଘଟଣା: ଆରସିବି ଓ ବିସିସିଆଇକୁ ଦାୟୀ କଲେ

ବେଙ୍ଗାଲୁରୁ: ଜୁନ ୪ରେ ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବୁଧବାର ଦିନ ହାଇକୋର୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ଦାୟୀ କରିଛନ୍ତି କର୍ଣ୍ଣାଟକ ସରକାର।

ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ପାଇଁ ଆଗରୁ କୌଣସି ଅନୁମତି ନିଆଯାଇନଥିଲା। ଏପରିକି ଆୟୋଜକମାନେ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଥିଲେ ବୋଲି କର୍ଣ୍ଣାଟକ ସରକାର ପ୍ରକାଶ କରିଛନ୍ତି।

ଆରସିବିର ମାର୍କେଟିଂ ହେଡ ନିଖିଲ ସୋସଲେଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଯାହାକୁ ସେ ଅବୈଧ ବୋଲି କହିଛନ୍ତି। ପୋଲିସ ଅନ୍ୟ ଅଧିକାରୀମାନଙ୍କୁ କେବଳ ନିଲମ୍ବିତ କରିଥିବାବେଳେ ନିଖିଲଙ୍କୁ କାହିଁକି ଗିରଫ କରିଛି। ଏନେଇ ମଧ୍ୟ ନିଖିଲ କୋର୍ଟରେ ଯୁକ୍ତି କରିଥିଲେ। ତେବେ ହାଇକୋର୍ଟ ନିଖିଲ ସୋସଲେ ଏବଂ ଅନ୍ୟ ଚାରି ଜଣଙ୍କ ଗିରଫଦାରୀକୁ  ଚ୍ୟାଲେଞ୍ଜ କରି ଏହି ଆବେଦନର ଶୁଣାଣି କରୁଛନ୍ତି।

ଗତ ଜୁନ୍ ୪ ତାରିଖରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆରସିବିର ବିଜୟ ପରେଡ୍ ସମୟରେ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଥିଲେ। ସେଠାକୁ ୩ରୁ ୪ ଲକ୍ଷ  ପ୍ରଶଂସକ ଆସିଥିଲେ  ଯାହାକି ଷ୍ଟାଡିୟମର କ୍ଷମତାଠାରୁ ବହୁତ ଅଧିକ ଥିଲା।ଯାହାଫଳରେ ଏହିପରି ଏକ ଦୁଃଖଦ ଘଟଣା ଘଟିଥିବା ନେଇ କୁହାଯାଉଛି।

 

Comments are closed.