ବେଙ୍ଗାଲୁରୁ: ସରକାର ଗଠନ କରିବାର ସପ୍ତାହ ପରେ ଆଜି(ମେ ୨୭) କର୍ଣ୍ଣାଟକ କଂଗ୍ରେସ ସରକାର କ୍ୟାବିନେଟ୍ ବିସ୍ତାର ହେବ। ୨୪ ମନ୍ତ୍ରୀ ବିଭିନ୍ନ ବିଭାଗରେ ଶପଥ ନେବେ। ଏନେଇ ୨୪ ବିଧାୟକଙ୍କ ତାଲିକା ଜାରି ହୋଇଛି। କର୍ଣ୍ଣାଟକ ସରକାରରେ ମୋଟ ୩୪ ମନ୍ତ୍ରୀ ରହିପାରିବେ। ସେଥିମଧ୍ୟରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୦ ଜଣ ମେ ୨୦ ତାରିଖରେ ଶପଥ ନେଇସାରିଛନ୍ତି।
କଂଗ୍ରେସ ମନ୍ତ୍ରୀଙ୍କ ମଧ୍ୟରୁ ୬ ଲିଙ୍ଗାୟତ ଓ ୪ ଭୋକାଲିଗା ସମ୍ପ୍ରଦାୟର ହୋଇଥିବା ବେଳେ ୩ ବିଧାୟକ ଏସ୍ସି, ୨ ଏସ୍ଟି ଓ ୫ ଜଣ ଓବିସି ଗ୍ରୁପ୍ରେ ରହିଛନ୍ତି। ସେହିପରି ବ୍ରାହ୍ମଣରୁ ଦିନେଶ ଗୁଣ୍ଡୁରାଓ କ୍ୟାବିନେଟ୍ରେ ରହିବେ ବୋଲି ସୂଚନା ମିଳିଛି। ପୁରୁଣା ମହିଶୂର ଓ କଲ୍ୟାଣାରୁ ୭ ଜଣ ମନ୍ତ୍ରୀ ହେବାକୁ ଯାଉଥିବା ବେଳେ କିତ୍ତୁରର ୬ ଏଭଂ ସେଣ୍ଟ୍ରାଲ କର୍ଣ୍ଣାଟକରୁ ଦୁଇ ଜଣ ମନ୍ତ୍ରୀ ହେବେ।
ମିଳିଥିବା ସୂଚନା ଅନୁସାରେ ଜାତି, ଅଞ୍ଚଳିକ ଓ ବରିଷ୍ଠତା ଦୃଷ୍ଟିରୁ ସମସ୍ତଙ୍କୁ ବାଲାନ୍ସ କରି ମନ୍ତ୍ରୀ ପଦ ଦିଆଯାଇଥିବା କୁହାଯାଉଛି। କ୍ୟାବିନେଟ୍ରେ ୮ ଲିଙ୍ଗାୟତ ନେତା ରହିବେ। ସେମାନଙ୍କ ମଧ୍ୟରୁ ବିଭିନ୍ନନ ଉପସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବେ। ଡି.କେ ଶିବକୁମାରଙ୍କୁ ମିଶାଇ ମନ୍ତ୍ରୀମଣ୍ଡଳରେ ୫ ଭୋକାଲିଗା ସମ୍ପ୍ରାଦୟର ରହିବେ। କ୍ୟାବିନେଟ୍ରେ ୯ ଏସ୍ ବର୍ଗ ମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି। ଶନିବାର ସନ୍ଧ୍ୟାରେ କାହାକୁ କେଉଁ ଦାୟିତ୍ୱ ମିଳିବ ତାହା ଘୋଷଣା କରାଯିବ ବୋଲି କେଏଚ୍ ମୁନିୟାପ୍ପା କହିଛନ୍ତି।
ମନ୍ତ୍ରୀ ପଦ ନେଇ ମୁଖ୍ୟମନ୍ତ୍ରୀ ଶିଦ୍ଧରମେୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଓ କେନ୍ଦ୍ରୀୟ ନେତା ଯଥା ରଣଦୀପ ସୂର୍ଯେୱାଲା ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ସହ ୩ ଦିନ ଆଲୋଚନା ହେବା ପରେ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅନ୍ତିମ ତାଲିକାରେ ମୋହର ମାରିଛନ୍ତି।
Comments are closed.