Latest Odisha News

BREAKING NEWS

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା; କର୍ଣ୍ଣାଟକର ଡିଜିପି ରାଙ୍କ ଅଫିସର ନିଲମ୍ବିତ…

ନୂଆଦିଲ୍ଲୀ: କର୍ଣ୍ଣାଟକ ଡିଜିପି ରାଙ୍କ ଅଫିସର ରାମଚନ୍ଦ୍ର ରାଓଙ୍କ ଏକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଅନେକ ମହିଳାଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିଛନ୍ତି। ଏହି ଭିଡିଓ ଡିଜିପିଙ୍କ କାର୍ଯ୍ୟାଳୟର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଜଣାପଡିଛି। ଏହି ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତୁରନ୍ତ ଡିଜିପିଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସୋମବାର ୧୯ ଜାନୁଆରୀ, ୨୦୨୬ ବରିଷ୍ଠ ଆଇପିଏସ ଅଧିକାରୀ ଏବଂ କର୍ଣ୍ଣାଟକ ଡିଜିପି ରାଙ୍କ ଅଫିସର ରାମଚନ୍ଦ୍ର ରାଓଙ୍କର ଏହି  ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଡିଜିପିଙ୍କୁ ବିଭିନ୍ନ ମହିଳା ମାନଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ କରୁଥିବାର ମଧ୍ୟ ନଜର ଆସିଛି। ତେବେ ଏହା ଗୋଟିଏ ବର୍ଷ ପୁରୁଣା ଭିଡିଓ ବୋଲି କିଛି ରିପୋର୍ଟରୁ ଜଣାପଡ଼ିଛି।

ଏହି ଭିଡିଓଟି ଭାଇରାଲ ହେବା ମାତ୍ରେ ହିଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିଥିଲେ। ତେବେ ଡିଜିପି ରାମଚନ୍ଦ୍ର ଭିଡିଓ ଜନିତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ରୂପାନ୍ତରିତ ଭିଡିଓ ବୋଲି ମଧ୍ୟ କହିଛନ୍ତି।

 

Comments are closed.