Latest Odisha News

BREAKING NEWS

ବଢୁଥିବା ସଂକ୍ରମଣ ସତ୍ତ୍ୱେ ଏହି ରାଜ୍ୟରେ କୋହଳ ହେଲା କ୍ୱାରେଣ୍ଟାଇନ ନିୟମ !

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟାଭି। ଏହି ସଂକ୍ରମଣ ବିସ୍ତାରରେ ସାମାନ୍ୟ ରୋକ ଲଗାଇବା ପାଇଁ ସାରା ଦେଶ ଏବେ ଲକଡାଉନ ।

ତେବେ ଏଓଆରୀ ଘଡିସନ୍ଧି ମୁହୂର୍ତ୍ତରେ ନିଜ ରାଜ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରର ନିୟମକୁ କୋହଳ କରିଛନ୍ତି କାର୍ଣ୍ଣାଟକ ସରକାର ।
ବର୍ତ୍ତମାନ ସାମୟରେ ସମସ୍ତ ରାଜ୍ୟ ସବୁ ପ୍ରକାର ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ କର୍ଣ୍ଣାଟକରେ କ୍ୱାରେଣ୍ଟାଇନର ନିୟମକୁ କୋହଳ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଅଧିକ କୋରୋନା ସଂକ୍ରମିତଙ୍କ ରାଜ୍ୟରୁ କାର୍ଣ୍ଣାଟକକୁ ଫେରିଥିବା ବ୍ୟକ୍ତି ୭ ଦିନିଆ କ୍ୱାରେଣ୍ଟାଇନରେ ରହିବେ । ଏହା ବ୍ୟତୀତ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ୧୪ ଦିନିଆ ହୋମ କ୍ୱାରେଣ୍ଟାଇନ୍ ରହିବାକୁ ଅନୁମତି ଦିଆଯାଇଛି।

ମହାରାଷ୍ଟ୍ର, ଗୁଜୁରାଟ ଭଳି ସଂକ୍ରମିତ ରାଜ୍ୟରୁ କାର୍ଣ୍ଣାଟକ ଆସୁଥିବା ଲୋକ ୭ ଦନିଆ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ରିପୋର୍ଟ ନେଗେଟିଭ ଆସିବା ପରେ ଆଗାମୀ ୭ ଦିନ ହୋମ୍ କ୍ୱାରେଣ୍ଟାଇରେ ରହିବାକୁ ପଡ଼ିବ ବୋଲି ଜଣାପଡିଛି । ଅନ୍ୟପଟେ ସଂକ୍ରମିତ ରାଜ୍ୟଗୁଡିକରୁ ଆସୁଥିବା ୧୦ ବର୍ଷରୁ କମ୍ ବୟସର ଶିଶୁ, ୮୦ ବର୍ଷ ବୟସର ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ କୋରୋନାର ଲକ୍ଷଣ ନ ଦେଖାଦେଲେ ମଧ୍ୟ  ୧୪ ଦିନର ହୋମ କ୍ୱାରେଣ୍ଟାଇନରେ ରହିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.