Latest Odisha News

BREAKING NEWS

କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ହଟିବ ନାଇଟ କର୍ଫ୍ୟୁ ,ସୋମବାର ଠାରୁ ଖୋଲିବ ସ୍କୁଲ ଓ କଲେଜ

କର୍ଣ୍ଣାଟକ : କର୍ଣ୍ଣାଟକରେ ହଟିବ ନାଇଟ କର୍ଫ୍ୟୁ । କର୍ଣ୍ଣାଟକ ସରକାର ସୋମବାର ୩୧ ତାରିଖ ରାତିରୁ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  ।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭିନ୍ନ ମନ୍ତ୍ରୀ , ବରିଷ୍ଠ ଅଧିକାରୀ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ପରେ ଏହି ବୈଠକରେ ନାଇଟ କର୍ଫ୍ୟୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି ।

ଏଣିକି ସମସ୍ତ ସ୍କୁଲ କଲେଜ ଖୋଲିବ । ହୋଟେଲ, ବାର , ରେଷ୍ଟୁରାଣ୍ଟଉପରେ ଲଗାଯାଇଥିବା ୫୦ ପ୍ରତିଶତ ପ୍ରତିବନ୍ଧକକୁ ମଧ୍ୟ ସରକାର ହଟାଇଛନ୍ତି ।ସେମାନେ ପୂର୍ଣ୍ଣ କ୍ଷମତା ସହ କାମ କରିପାରିବେ ବୋଲି ସରକାର କହିଛନ୍ତି । ମେଟ୍ରୋ ଟ୍ରେନ ,ରେଳ ,ଯାତ୍ରୀବାହୀ ଗାଡି ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିଷ୍ପତ୍ତି ହୋଇଛି ।

ରାଜ୍ୟରେ କିଛି ଦିନ ହେବ ସଂକ୍ରମଣ କମିବା ପରେ  ନାଇଟ କର୍ଫ୍ୟୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଭୋଜି ଭାତରେ ଆଗରୁ ୨ଶହ ଲୋକ ସାମିଲ ହେବା ଅନୁମତି ଥିବାବେଳେ । ଏବେ ୩ଶହ ଲୋକ ସାମିଲ ହୋଇପାରିବେ । ଧାର୍ମିକ ଅନୁଷ୍ଠାନ ଗୁଡିକ ମଧ୍ୟ ୫୦ ପ୍ରତିଶହ ଲୋକଙ୍କୁ ନେଇ ଖୋଲିବ ।

ସୂଚନା ଅନୁସାରେ ଶୁକ୍ରବାର ବେଙ୍ଗାଲୁରରେ ୩୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣରେ ଶୁକ୍ରବାର ୫୦ ଜଣ ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି ।

 

Comments are closed, but trackbacks and pingbacks are open.