ମୁମ୍ବାଇ: କାର୍ତିକ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେ ଅଭିନୀତ ତୁ ମେରୀ ମେଁ ତେରା ମେଁ ତେରା ତୁ ମେରୀ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରି ନାହିଁ । ଏହି ଫିଲ୍ମ ପ୍ଲପ ହେବା ପରେ କାର୍ତିକ ମେକର୍ସଙ୍କୁ ୧୫ କୋଟି ଟଙ୍କା ଫେରସ୍ତ କରିଛନ୍ତି । ଏହି ଫିଲ୍ମର ବଜେଟ ୯ ୦ କୋଟି ଟଙ୍କା ଥିବା ବେଳେ ୩୫ କୋଟି ପର୍ଯ୍ୟନ୍ତ ଆୟ କରିପାରିଛି । ବିଦେଶରେ ବି ଏହା ସେଭଳି ଆଖିଦୃଶିଆ ବ୍ୟବସାୟ କରିପାରି ନାହିଁ । କାର୍ତିକ ଓ ଅନନ୍ୟାଙ୍କ ବ୍ୟତୀତ ଏଥିରେ ଜ୍ୟାକି ଶ୍ରଫ, ନୀନା ଗୁପ୍ତା ଓ ଟିକୁ ତଲସାନିଆଙ୍କ ପରି କଳାକାର ଅଭିନୟ କରିଥିଲେ ।
ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଫିଲ୍ମ ଫ୍ଲପ ହେବା ପରେ ଧର୍ମା ପ୍ରଡକ୍ସନର ମୂଖ୍ୟ କରନ ଜୋହରଙ୍କ ସହ କାର୍ତିକଙ୍କ ମତଭେଦ ସୃଷ୍ଟି ହୋଇଥିଲା । କାର୍ତିକ ଏହି ଖବରକୁ ଗୁଜବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ସେ ଏବେ ଧର୍ମା ପ୍ରଡକ୍ସନର ନାଗଜିଲା ଫିଲ୍ମରେ ଅଭିନୟ କରୁଛନ୍ତି । ଆମ ମଧ୍ୟରେ ସବୁ କିଛି ଠିକ ଅଛି । ଆପଣମାନେ ବ୍ୟସ୍ତ ହେବା ଆବଶ୍ୟକ ନାହିଁ ବୋଲି ଏହି କାର୍ତିକ କହିଛନ୍ତି ।