ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ଯୁବ ପିଢ଼ୀଙ୍କ ପ୍ରିୟ ଅଭିନେତା ସାଜିଛନ୍ତି । କ୍ରମାଗତ ହିଟ ଫିଲ୍ମ ଦେଇ ସେ ଷ୍ଟାର ପାଲଟି ଯାଇଛନ୍ତି । କାର୍ତିକଙ୍କ ନାମ ଏବେ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ଯୋଡାଯାଉଛି । ଅବଶ୍ୟ ପୂର୍ବରୁ ସାରା ଅଲୀ ଖାଁ ଓ ଜାହ୍ନବୀ କାପୁରଙ୍କ ସହ ମଧ୍ୟ ତାଙ୍କ ନାମ ଯୋଡାଯାଇଥିଲା । ଶ୍ରୀଲୀଲାଙ୍କ ସହ ପ୍ରେମ ସମ୍ପର୍କ ନେଇ ପଚାଯିବାରୁ କାର୍ତିକ କହିଥିଲେ ଯେ, ମୁଁ ବର୍ତମାନ ଏକୁଟିଆ ଅଛି । କାହା ସହିତ ପ୍ରେମ ସମ୍ପର୍କ ସ୍ଥାପନ ହୋଇନି । ମୋର ଡେଟିଂ ଲାଇଫକୁ ନେଇ ଅନେକ କିଛି କଥା କୁହାଯାଉଛି । ଏହା ମଧ୍ୟରେ ଅଧିକାଂଶ ମିଛ ହୋଇଥିବା ବେଳେ ଅଳ୍ପ କିଛି ସତ ରହିଛି ।
କାର୍ତିକ ଏବେ ତାଙ୍କର ଆଗାମୀ ଫିଲ୍ମ ତୁ ମେରୀ ମେ ତେରା ତୁ ମେରୀ ନେଇ ବ୍ୟସ୍ତ ଅଛନ୍ତି । ଏହାର ଶୁଟିଂ କାର୍ଯ୍ୟ ଶେଷ ହୋଇଯାଇଛି । ସମୀର ବିଧ୍ୱଂସଙ୍କ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ କାର୍ତିକଙ୍କ ସହ ଅନନ୍ୟା ପାଣ୍ଡେ ଅଭିନୟ କରୁଛନ୍ତି । ୨୦୨୬ରେ ଏହି ଫିଲ୍ମ ରିଲିଜ ହେବେ । କାର୍ତିକ ଓ କରନ ଜୋହରଙ୍କ ଏହା ପ୍ରଥମ ଫିଲ୍ମ । କାର୍ତିକ ଓ ଶ୍ରୀଲୀଲା ଏକ ଅନଟାଇଟେଲ୍ଡ ଫିଲ୍ମରେ କାମ କରୁଛନ୍ତି । ପୂର୍ବରୁ ଏହାର ନାମ ଆଶୀକ ୩ ଥିଲେ ମଧ୍ୟ ଆଇନଗତ କାରଣ ଯୋଗୁ ଏହାର ନାମ ହଟେଇବାକୁ ମେକର୍ସ ବାଧ୍ୟ ହୋଇଥିଲେ ।
Comments are closed.