ମୁମ୍ବାଇ: ‘ଭୁଲ ଭୁଲେୟା ୩’ର ସଫଳତାକୁ ନେଇ ସବୁଠି ଚର୍ଚ୍ଚା। ୨୦୨୪ ମସିହା ଦିପାବଳୀ ଅବସରରେ ‘ସିଙ୍ଗହମ୍ ଏଗେନ’ ସହିତ କାର୍ତ୍ତିକଙ୍କ ଫିଲ୍ମ ରିଲିଜ ହୋଇଥିଲା। ଏହା ୪୨୦ କୋଟି ଟଙ୍କା ରୋଜଗାର ସହିତ ‘ସିଙ୍ଗହମ୍ ଏଗେନ’କୁ ଟପିଯାଇଛି।
ତେବେ ଏତେ ସଫଳତା ପରେ କାର୍ତ୍ତିକ କହିଛନ୍ତି ଯେ ଏତେ ବଡ ହିଟ୍ ଦେବା ସତ୍ତ୍ବେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ କୌଣସି ସମର୍ଥନ ମିଳିବ ନାହିଁ। ଏବେବି ତାଙ୍କୁ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଏକ ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି ଯେ ତାଙ୍କ ପାଇଁ ଖାସକଥା ହେଉଛି ଦର୍ଶକ ତାଙ୍କ ସହିତ ରହିଛନ୍ତି।
‘ମୁଁ ଏକାକୀ ଯୋଦ୍ଧା, ମୁଁ ଏଠାରେ ପହଞ୍ଚିବା ପାଇଁ ପାଗଳଙ୍କ ପରି ସଂଘର୍ଷ କରିଛି। ମୁଁ ଜାଣେ ଯେ ମୋର ଆଗାମୀ ଯାତ୍ରାରେ ମଧ୍ଯ ମୁଁ ବଲିଉଡ ଶିଳ୍ପରୁ କୌଣସି ସମର୍ଥନ ପାଇବି ନାହିଁ। ମୋ ପାଖକୁ କେହି ଆସିବେ ନାହିଁ। ମୋର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡିବ।
Comments are closed.