Latest Odisha News

BREAKING NEWS

କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ

ମୁମ୍ବାଇ: ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ଏବେ ପ୍ରେମରେ ପଡିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ଗ୍ରୀସର କରୀନା କୁବୁଲିୟୁଟଙ୍କ ସହ କାର୍ତିକଙ୍କ ନାମ ଯୋଡାଯାଇଛି । ୧୮ ବର୍ଷୀୟା କରୀନାଙ୍କ ସହ କାହିଁକି ତାଙ୍କ ନାମ ଯୋଡାଯାଇଛି ତାହା ମଧ୍ୟ ବେଶ ରୋଚକ । ନିକଟରେ କାର୍ତିକ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ଶେୟାର କରିଥିଲେ । ଏଥିରେ ସେ ସମୂଦ୍ରକୂଳରେ ଆରାମ କରୁଥିଲେ । ଫଟୋରେ କେବଳ ତାଙ୍କ ପାଦ, ବୀଚ ବେଡ୍ସ ଆଉ ସମୂଦ ନଜର ଆସୁଥିଲା । ମଜାର କଥା ସମାନ ଶୈଳୀର ଫଟୋ ଆଉ ବ୍ୟାକଗ୍ରାଉଣ୍ଡ ସହ କରୀନା ମଧ୍ୟ ଏକ ଫଟୋ ଶେୟାର କରିଥିଲେ ।

ରେଡିଟ ୟୂଜର୍ସ ଏହାର ସମାନତା ନେଇ ତଦନ୍ତ ଆରମ୍ଭ କରିଥିଲେ । ଅବଶ୍ୟ ଅନେକ ସମନତା ମିଳିଥିଲା ମଧ୍ୟ ସେ କାର୍ତିକଙ୍କ ସହ ଥିବା କୌଣସି ପ୍ରମାଣ ହସ୍ତଗତ ହୋଇ ନ ଥିଲା । ପୂର୍ବରୁ କାର୍ତିକଙ୍କ ନାମ ଶ୍ରୀଲୀଲା, ସାରା ଅଲୀ ଏବଂ ଅନେକଙ୍କ ସହ ଯୋଡା ଯାଇସାରିଛି । ତେବେ ପଛରେ ଏହା ମିଥ୍ୟା ବୋଲି ଜଣାପଡିଛି । କରୀନା ଜଣେ ଚିୟର ଲୀଡର ଏବଂ ସେ ବ୍ରିଟେନରେ ରହି କାର୍ଲିସଲେ କଲେଜରେ ପାଠ ପଢ଼ୁଛନ୍ତି । କାର୍ତିକ କିମ୍ବା କରୀନା ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । କାର୍ତିକ ଓ ଅନନ୍ୟା ପାଣ୍ଡେଙ୍କ ତୁ ମୋର ମେଁ ତେରା, ମେଁ ତେରା ୍‌ୁ ମେରୀ ଫିଲ୍ମ ରିଲିଜ ହୋଇଥିଲା । ଅବଶ୍ୟ ଏହା କାର୍ତିକଙ୍କ ଅନ୍ୟ ଫିଲ୍ମ ପରି ଭଲ ବ୍ୟବସାୟ କରିପାରି ନାହିଁ ।

Leave A Reply

Your email address will not be published.