Latest Odisha News

BREAKING NEWS

କରୁଣ ନାୟାରଙ୍କ ନାମରେ ନୂତନ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକର କରୁଣ ନାୟାର ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଉତରପ୍ରଦେଶ ବିପକ୍ଷ ମ୍ୟାଚରେ ନାୟାର ୧୦୧ ବଲରେ ୧୧୨ ରନ କରିଛନ୍ତି । ତାଙ୍କ ଇନିଂସ ବଳରେ ୟୁପି ୮ ୱିକେଟରେ ବିଦର୍ଭକୁ ପରାସ୍ତ କରିଛି । ୪ଟି ଇନିଂସରେ ନାୟାର ତାଙ୍କର ତୃତୀୟ ଶତକ ପୂରଣ କରିଛନ୍ତି । ୟଶ ରାଠୋର ମଧ୍ୟ ଚଳିତ ସଂସ୍କରଣରେ ୩ଟି ଶତକ ହାସଲ କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଆଉଟ ନ ହୋଇ ସର୍ବାଧିକ ୫୪୧ ରନ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ନ୍ୟୁଜିଲାଣ୍ଡର ଜେମ୍ସ ଫ୍ରାଙ୍କଲିନ(୫୨୭)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଭ୍ୟାନ ହୀର୍ଡେନ ୫୧୨ ରନ କରି ତୃତୀୟ ସ୍ଥାନରେ ରହିଛନ୍ତି ।

କରୁଣ ଯଦି ପରବର୍ତୀ ମୁକାବିଲାରେ ଅଧିକ ରନ କରିବେ ତେବେ ଏହି ରେକର୍ଡ ଆହୁରି ମଜଭୁତ ହେବ । ୩୩ ବର୍ଷୀୟ କରୁଣ ଝାରଖଣ୍ଡ ବିପକ୍ଷରେ ୧୧୨ ରନ କରି ଆଉଟ ହୋଇଥିଲେ । ଏହା ପରେ ଛତିଶଗଡ ବିପକ୍ଷରେ ୪୪ ଏବଂ ଚଣ୍ଡୀଗଡ ଓ ଛତିଶଗଡ ବିରୋଧରେ ୧୬୩ ଓ ୧୧୧ ରନ କରି ଅପରାଜିତ ରହିଥିଲେ । ନାୟାର ପ୍ରଥମ ଭାରତୀୟ ଖେଳାଳି ଭାବେ ଆଉଟ ନ ହୋଇ ୫୦୦ ରନ କରିଥିଲେ ।

Leave A Reply

Your email address will not be published.