Latest Odisha News

BREAKING NEWS

କଶ୍ମୀର ଫେକ ଏନକାଂଉଟର କେସ: ଆର୍ମି କ୍ୟାପଟେନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଭାରତୀୟ ଆର୍ମି କୋର୍ଟ ସୋମବାର କଶ୍ମୀରର ଅମୀଶପୋରାରେ ହୋଇଥିବା ଏନକାଂଉଟର ମାମଲାରେ ସମ୍ପୃକ୍ତ କ୍ୟାପଟେନଙ୍କୁ ଦୋଷୀ ପାଇଛି । ଏହା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଫେକ ଏନକାଂଉଟର ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୧୮ ଜୁଲାଇ ୨୦୨୦ରେ ଦକ୍ଷିଣ କଶ୍ମୀରରେ ଏହି ଫେକ ଏନକାଂଟରରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । କେସ ଶୁଣାଣୀ ସମୟରେ ସୈନିକମାନେ ସଶସ୍ତ୍ରବଳ ବିଶେଷାଧିକାର ଅଧିନିୟମର ଉଲ୍ଲଘଂନ କରିଥିଲେ । ଏହା ପରେ କ୍ୟାପଟେନ ଭୂପେନ୍ଦ୍ର ସିଂଙ୍କୁ କୋର୍ଟ ମାର୍ଶଲ କରାଯାଇଥିଲା । ସେ ସମୟରେ ମୃତ୍ୟୁବରଣ କରିଥିବା ଇମତିଆଜ ଅହମ୍ମଦ, ଅବରାର ଅହମ୍ମଦ ଓ ମହମ୍ମଦ ଇବାରରଙ୍କୁ ଆତଙ୍କବାଦୀ ଭାବେ ଚିତ୍ରଣ କରାଯାଇଥିଲା ।

ସେନା ଏହା ପରେ କୋର୍ଟ ଅଫ ଇନକ୍ୱାରୀ ଗଠନ କରାଯାଇଥିଲା । ଏଥିରେ ସେନାର ଅଫିସର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ନିଷ୍ପତି ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଲାବାପୋରା ଓ ହେଇଦରପୌରା ଏନକାଂଉଟରର ଯାଂଚ କରାଯାଉ ବୋଲି କହିଛନ୍ତି ।

Leave A Reply

Your email address will not be published.