Latest Odisha News

ହମାସ ପରି ଆକ୍ରମଣ କରାଯିବ ବୋଲି ଧମକ ଦେଲା କଶ୍ମୀର ଫାଇଟ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ଆତଙ୍କବାଦୀ ସଂଗଠନ କଶ୍ମୀର ଫାଇଟ ହମାସ ଶୈଳୀରେ ଭାରତରେ ଆକ୍ରମଣ କରାଯିବ ବୋଲି ଧମକ ଦେଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମଧ୍ୟ ଟାର୍ଗେଟ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି । କଶ୍ମୀର ଫାଇଟ ପ୍ରଥମ ଥର ପାଇଁ ଏ ଭଳି ଧମକ ଦେଇଛି । ଏହାକୁ ନେଇ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛି । କଶ୍ମୀରରେ ପର୍ଯ୍ୟଟକ ଓ ଅଣ କଶ୍ମୀରଙ୍କୁ ଆକ୍ରମଣ କରାଯିବ ବୋଲି କହିଛି । ସୋସିଆଲ ମିଡିଆରେ ଏହି ଆତଙ୍କବାଦୀ ସଂଗଠନର ପତ୍ର ଭାଇରାଲ ହେବାରେ ଲାଗିଛି । ଚଳିତ ମାସ ୨୨ରେ ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂ କଶ୍ମୀର ଫାଇଟ ବ୍ଲଗ ପାକିସ୍ତାନ ଇଶାରରେ କାମ କରୁଛି ବୋଲି ସୂଚନା ଦେଇଥିଲେ ।

କଶ୍ମୀରରେ ଶାନ୍ତି ଭଙ୍ଗ କରିବା ପାଇଁ ଆତଙ୍କବାଦୀ ସଂଗଠନ ଅସ୍ଥିର ହୋଇ ପଡିଲେଣି । ଖୁବ ଶୀଘ୍ର ଏହି ଧମକ ପଛରେ ଥିବା ବ୍ୟକ୍ତିକୁ ଗିରଫ କରାଯିବ ବୋଲି ସେ କହିଛନ୍ତି । ସୁରକ୍ଷା ଏଜେନ୍ସି ଦିନକୁ ଦିନ କଶ୍ମୀରରେ ମଜଭୁତ ହେଉଥିବାରୁ ସେମାନେ ଅସ୍ଥିରତା ତଥା ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଏ ଭଳି ପନ୍ଥା ଆପଣାଇଛନ୍ତି ।

Comments are closed.