ଶ୍ରୀନଗର: ପୁଣି ଟାର୍ଗେଟ୍ କିଲିଂ । ରାସ୍ତାରେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀ ପୁଣି ଥରେ ଟାର୍ଗେଟ୍ କିଲିଂ କରିଛନ୍ତି । ଶୋପିଆନର ଚୌଧୁରୀ ଗୁଣ୍ଡରେ କାଶ୍ମୀରୀ ପଣ୍ଡିତ ପୁରଣ କ୍ରିଷ୍ଣା ଭଟ୍ଟଙ୍କୁ ଗୁଳି କରି ମାରି ଦେଇଛନ୍ତି । ରକ୍ତାକ୍ତ ଅବସ୍ଥାରେ କାଶ୍ମୀରୀ ପଣ୍ଡିତଙ୍କୁ ମେଡିକାଲ୍ ନିଆଯାଇଥିବା ବେଳେ ମୃତ୍ୟୁ ହୋଇଛି ।
#Update | Terrorists fired upon a civilian (minority) Puran Krishan Bhat while he was on his way to an orchard in Chowdari Gund, Shopian. He was immediately shifted to hospital for treatment where he succumbed. Area cordoned off. Search in progress: Jammu and Kashmir Police
— ANI (@ANI) October 15, 2022
ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ସେନା । ଗତବର୍ଷ ଅକ୍ଟୋବରରୁ ଆତଙ୍କବାଦୀ କାଶ୍ମୀରରେ ଟାର୍ଗେଟ୍ କିଲିଂ ଆରମ୍ଭ କରିଛନ୍ତି । କେବେ ରାଜ୍ୟ ବାହାର ଶ୍ରମିକ ତ ଆଉ କେବେ ଆତଙ୍କବାଦୀଙ୍କ ଟାର୍ଗେଟ୍ କିଲିଂର ଶିକାର ହେଉଛନ୍ତି କାଶ୍ମୀରୀ ପଣ୍ଡିତ । ଏବେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏହା ପୂର୍ବରୁ ଅଗଷ୍ଟ ୧୬ରେ ଆତଙ୍କବାଦୀ ଶୋପିଆନରେ ଅନ୍ୟ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ଭାଇ ଆହତ ହୋଇଥିଲେ ।
ମେ ୧୨ରେ ଆତଙ୍କବାଦୀ ବୁଡଗାମର ରାଜସ୍ୱ ବିଭାଗ ଅଫିସ୍ ଭିତରେ ପଶି କାର୍ଯ୍ୟରତ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିଲେ । ଯାହାପରେ ପ୍ରତିବାଦ ଶାଣିତ ହୋଇଥିଲା । ସେବେଠୁ ଟାର୍ଗେଟ୍ କିଲିଂ ଭୟରେ ପ୍ରାୟ ୫ ହଜାର କାଶ୍ମୀର ପଣ୍ଡିତ କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି । ଭ୍ୟାଲିରେ ସ୍ଥିତି ନ ସୁଧୁରିବା ଯାଏ ସେମାନଙ୍କୁ ଜମ୍ମୁକୁ ସ୍ଥାନାନ୍ତରଣ କରିବାକୁ ଦାବି ହେଉଛି ।
Comments are closed.