Latest Odisha News

ରାଜସ୍ଥାନରେ ସରିଲା ବାହାଘର, ପ୍ରାଇଭେଟ ହେଲିକପ୍ଟରରେ କୁଆଡେ ଗଲେ ଭିକି-କ୍ୟାଟ୍ !

ମୁମ୍ବାଇ : ସରିଲା  ଭିକି-କ୍ୟାଟ୍ରିନାଙ୍କ ବାହାଘର । ଗୁରୁବାର ରାଜସ୍ଥାନର ସିକ୍ସ ସେନ୍ସ ରିସର୍ଟରେ ବିବାହ ବନ୍ଧନରେ ବାନ୍ଧି ହେଲେ ଭିକି କୌଶାଲ ଓ କ୍ୟାଟ୍ରିନା କୈଫ୍। ବିହାର ସରିବା ପରେ ଆଜି ସକାଳୁ ଭିକିଓ କ୍ୟାଟ୍ରିନାଙ୍କୁ ଏକ ପ୍ରାଇଭେଟ୍ ହଲିକପ୍ଟରରେ ଯାଉଥିବା ଦେଖିବାକୁ ମିଳିଥିଲା। ଏହି ହେଲିକ୍ଟପରରେ ଏହି ନୂଆ ବିବାହିତ ସେଲିବ୍ରେଟି କପୁଲ କୁଆଡେ ଗଲେ ତାକୁ ନେଇ ଫ୍ୟାନ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି।

ଏହି ସେଲିବ୍ରେଟି ନିଜ ବିବାହାକୁ ପ୍ରାଇଭେଟଲି କରିବା ସହ ବାହାଘରରେ ଖୁବ୍ କମ ଲୋକ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୁହାଯାଉଛି କି ଏହି ସେଲିବ୍ରେଟି ମୁମ୍ବାଇ ଏୟାରପୋର୍ଟରେ ଓହ୍ଲାଇବା ସହ ମୁମ୍ବାଇ ସ୍ଥିତ ନିଜ ଘରକୁ ଫେରିବେ ବୋଲି ବି ଟାଉନରେ ଉଡା ଖବର ଶୁଣିବାକୁ ମିଳିଛି। ଏମାନେ ହେଲିକପ୍ଟରରେ ବସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ଭିକି ଓ କ୍ୟାଟଙ୍କ ପରିବାର ଲୋକ ମଧ୍ୟ ଏହି ହେଲିକପ୍ଟରରେ ଯାଇନଥିଲେ। ଏହି ସମୟରେ କ୍ୟାଟ୍ ସବ୍ୟସାଚୀଙ୍କ ଡିଜାଇନର କ୍ରିମ୍ କଲର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଭିକି ବ୍ଲୁ ବ୍ଲେଜର ପିନ୍ଧିଥିବା ନଜର ଆସିଥିଲେ।ଉଭୟଙ୍କୁ ଦେଖିବା ପାଇଁ କିଛି ଲୋକ ମଧ୍ୟ ହେଲିକପ୍ଟର ଠାରୁ କିଛି ଦୂରରେ ଭିଡ ଜମାଇଥିଲେ।

Comments are closed.